Latest Odisha News

ଆସନ୍ତା ଫେବୃଆରୀ ୨୯ରୁ ଭୁବନେଶ୍ୱର-ବାରଣାସୀକୁ ସିଧାସଳଖ ବିମାନ ଉଡାଣ !

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ଉଡାଣ କରିବା ପରେ ଆସନ୍ତା ଫେବୃଆରୀ ୨୯ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ କରିପାରେ । ଏନେଇ ଭାରତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷ (ଏଏଆଇ)ର ପରାମର୍ଶ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଉଡାଣ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ବରୁଡା ଭେଙ୍କେଟେଶ୍ୱର ରାଓ କହିଛନ୍ତି ଯେ ଏୟାର ଇଣ୍ଡିଆ ପକ୍ଷରୁ ଆସନ୍ତା ଫେବୃଆରୀ ୨୯ ତାରିଖରୁ ଦୈନିକ ଭୁବନେଶ୍ୱର-ବାରଣାସୀକୁ ସିଧାସଳଖ ବିମାନ ଉଡାଣ କରାଯିବାର ସମ୍ଭାବନା ରହିଛି ।

ଆହୁରି ମଧ୍ୟ “ଯେହେତୁ ବାରଣାସୀ ଦେଶର ସବୁଠୁ ବ୍ୟସ୍ତବହୁଳ ତଥା ଅଧିକ ପର୍ଯ୍ୟଟନ ଭ୍ରମଣ ଲାଗି ଯାଆନ୍ତି, ସେ ଦୃଷ୍ଟିରୁ ଏୟାର ଇଣ୍ଡିଆ ପକ୍ଷରୁ ଦୈନିକ ବାରଣାସୀକୁ ବିମାନ ଉଡାଣ ହେଲେ ବହୁ ମାତ୍ରାରେ ଯାତ୍ରୀମାନେ ଗସ୍ତ କରିବେ ବୋଲି ଶ୍ରୀ ରାଓ ପ୍ରକାଶ କରିଛନ୍ତି ।

Comments are closed.