Latest Odisha News

BREAKING NEWS

ଅଭିନେତ୍ରୀ ଭୂମି ପେଡନେକରଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତ୍ରୀ ଭୂମି ପେଡନେକର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏହି ଖବର ସେୟାର କରିଛନ୍ତି। ନିକଟ ଅତୀତରେ ଅନେକ ବଲିଉଡ ସେଲିବ୍ରିଟି କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଆମୀର ଖାନ ଏବଂ ଅନ୍ୟମାନେ ଅଛନ୍ତି।

ଭୁମି ଉଲ୍ଲେଖ କରିଛନ୍ତି ଯେ, ତାଙ୍କର ସାମାନ୍ୟ ଲକ୍ଷଣ ଅଛି ଏବଂ ସେ ନିଜକୁ କ୍ବାରେଣ୍ଟାଇନ୍‌ରେ କରିଛନ୍ତି। ସେ ଲେଖିଛନ୍ତି, “ମୁଁ କରୋନା ସଂକ୍ରମିତ ହୋଇଛି। ଆଜି ସୁଦ୍ଧା ମୋର ସାମାନ୍ୟ ଲକ୍ଷଣ ଅଛି। କିନ୍ତୁ ମୁଁ ଠିକ୍ ଅନୁଭବ କରୁଛି ଏବଂ ନିଜକୁ ପୃଥକ ରଖିଛି। ମୁଁ ମୋର ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ଦିଆଯାଇଥିବା ପ୍ରୋଟୋକଲ୍ ଅନୁସରଣ କରୁଛି।

 

Comments are closed.