Latest Odisha News

BREAKING NEWS

ମହେଶ ଭୂପତି କହିଲେ ଆରସିବିକୁ ବିକ୍ରି କରିଦିଅ

ନୂଆଦିଲ୍ଲୀ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କେବେ ହେଲେ ଟାଇଟଲ ହାସଲ କରିନି । ଏଥର ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିଛି । ଟେନିସ ଷ୍ଟାର ମହେଶ ଭୂପତି ଆରସିବିର ପ୍ରଂଶସକ ଅଟନ୍ତି । ସେ ମଧ୍ୟ ଭାଙ୍ଗିପଡିଛନ୍ତି । ଭୂପତି ସୋସିଆଲ ମିଡିଆରେ ଲେଖିଛନ୍ତି ବିସିସିଆଇ ଆରସିବିକୁ ନୂଆ ଫ୍ରାଂଚାଇଜକୁ ବିକ୍ରି କରି ଦେବା ଉଚିତ । ନୂଆ ଫ୍ରାଂଚାଇଜ ଦଳର ଭଲ ପ୍ରଦର୍ଶନ ନେଇ ଉଦ୍ୟମ କରିବ । ଖେଳାଳି ଓ ପ୍ରଶଂସକଙ୍କ ପାଇଁ ବିସିସିଆଇ ଏହି ପଦକ୍ଷେପ ଗ୍ରହଣୁ କରୁ । ଅନ୍ୟ ଫ୍ରାଂଚାଇଜଗୁଡିକ ପରି ଆରସିବିକୁ ନୂଆ ମାଲିକ ଦରକାର । ଚଳିତ ସଂସ୍କରଣରେ ଆରସିବି ୭ଟି ମ୍ୟାଚରୁ ୫ ଥର ପରାଜିତ ହୋଇଛି । ଦଳର ପ୍ଲେ ଅଫ ପ୍ରବେଶ ଆଶା ସମ୍ପୂର୍ଣ୍ଣ କ୍ଷୀଣ ରହିଛି ।

ଆରସିବି ବିପକ୍ଷରେ ହାଇଦ୍ରାବାଦ ୨୮୮ ରନର ଟାର୍ଗେଟ ରଖିଥିଲା । ଅବଶ୍ୟ ବେଙ୍ଗାଲୁର ସଂଘର୍ଷ କରି ୨୫ ରନରେ ମ୍ୟାଚ ହାରି ଯାଇଥିଲା । ସମସ୍ତ ଆଇପିଏଲରେ ଅଂଶଗ୍ରହଣ କରିବା ସତ୍ୱେ ଦଳ ଟାଇଟଲ ହାସଲ କରିପାରି ନାହିଁ । ୩ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ୫ ଥର ପ୍ଲେଅଫକୁ ଉନ୍ନୀତ ହୋଇଛି । ୧୬ ସିଜନରୁ ୭ ଥର ଗ୍ରୁପ ଷ୍ଟେଜରୁ ବିଦାୟ ନେଇଛି ।

Leave A Reply

Your email address will not be published.