Latest Odisha News

BREAKING NEWS

ଅମିତଙ୍କ ପରେ ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ଭୁବନେଶ୍ୱର

ଦୁବାଇ:ଆଇପିଏଲରେ ଏବେ ଖେଳାଳିଙ୍କ ଆଘାତ ସମସ୍ୟା ବଢ଼ିବାରେ ଲାଗିଛି । ଅମିତ ମିଶ୍ରଙ୍କ ପରେ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଭିଜ୍ଞ ପେସର ଭୁବନେଶ୍ୱର କୁମାର ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ମ୍ୟାଚରେ ସେ ଜଙ୍ଘରେ ଆଘାତ ପାଇଥିଲେ । ଏପରି କି ଭୁବନେଶ୍ୱର ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ମଧ୍ୟ ଦଳରୁ ଓହରି ପାରନ୍ତି ।

ବିସିସିଆଇ ଜଣେ ଅଧିକାରୀ ନାମ ପ୍ରକାଶ ନ କରି କହିଛନ୍ତି, ଭୁବନେଶ୍ୱର ଆଘାତ ସମସ୍ୟା ଗୁରୁତର ଥିବାରୁ ବେଶ୍ କିଛି ଦିନ ବିଶ୍ରାମର ଆବଶ୍ୟକତା ରହିଛି । ପୂର୍ବରୁ ଦିଲ୍ଲୀର ଅମିତ ଆଙ୍ଗୁଠି ସମସ୍ୟା ଯୋଗୁ ଆଇପିଏଲରୁ ଓହରି ଯାଇଛନ୍ତି ।

Leave A Reply

Your email address will not be published.