Latest Odisha News

BREAKING NEWS

ଅନଲାଇନରେ ଶିଖିଲେ ଡକାୟତି; ଶୁଝିଲେ ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ଗତ ସେପ୍ଟେମ୍ବର ମାସରେ ଭୁବନେଶ୍ୱରର ଦୁଇଟି ବ୍ୟାଙ୍କରେ ଡକାୟତି ମାମଲାରେ କମିଶନରେଟ ପୋଲିସ ସୋମବାର ଦିନ ଜଣଙ୍କୁ ଗିରଫ କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଟାଙ୍ଗିବନ୍ତଲ ଗାଁର +୨ ବାଣିଜ୍ୟ ଛାତ୍ର ସୋମ୍ୟରଞ୍ଜନ ଜେନା। ସେ ଇନଫୋସିଟି ଅଞ୍ଚଳର ନନ୍ଦନ ବିହାର ସ୍ଥିତ ଭାରତୀୟ ଓଭରସିଜ୍ ବ୍ୟାଙ୍କ ଓ ବରିମୁଣ୍ଡା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଲକ୍ଷାଧିକ ଟଙ୍କା ଲୁଟିଥିଲେ। ସୋମ୍ୟଙ୍କର ଏକ କପଡା ଦୋକାନ ଥିଲା।

ହେଲେ ଲକଡାଉନ ଯୋଗୁଁ ସେ ବ୍ୟାଙ୍କ ରୁ ଆଣିଥିବା ଲୋନ୍ ଶୁଝି ପାରୁନଥିଲେ। ଯେଉଁଥିପାଇଁ ସେ ବ୍ୟାଙ୍କ ଲୁଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

ତେବେ ଯେଉଁ ବ୍ୟାଙ୍କରେ ସେ ଆକାଉଣ୍ଟ ଖୋଲିଥିଲେ ସେହି ୨ଟି ବ୍ୟାଙ୍କରୁ ଲୁଟ୍ କରିଥିଲେ। ଉକ୍ତ ୨ଟି ବ୍ୟାଙ୍କରୁ ସେ ୧୯ ଲକ୍ଷ ଟଙ୍କାର ଋଣ କରିଥିଲେ। ଆଣିଥିବା ଋଣରୁ ଆଉ ୬ ଲକ୍ଷ ସୁଝିବାକୁ ବାକି ଥିଲା ସୋମ୍ୟଙ୍କର।

ଆହୁରି ମଧ୍ୟ ପୋଲିସ ର କହିବାନୁଯାୟୀ ସେ ଲୁଟ୍ କରିବା ପାଇଁ କ’ଣ କରିବେ ସେନେଇ ପ୍ରଥମେ ୟୁଟ୍ୟୁବ୍ ଚ୍ୟାନେଲରୁ ଶିଖିଥିଲେ ଏବଂ ପରେ ତାଙ୍କ ଉଦ୍ୟମରେ ସଫଳ ମଧ୍ୟ ହୋଇଥିଲେ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.