ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ଶନିବାର ଠାରୁ ପୁଣି ସ୍ବଭାବିକ ହେବ ଘରୋଇ ବସ୍ ସେବା । କାଲିଠାରୁ ସାରା ରାଜ୍ୟରେ ପୁଣି ଗଡ଼ିବ ସବୁ ଘରୋଇ ବସ୍ । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ଘୋଷଣା କରିଛି । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘର ବୈଠକ ପରେ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ଘରୋଇ ବସ୍ ମାଲିକ ସଂଘ ।
ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଥିବା ବେଳେ ବସକୁ ସୁରକ୍ଷା ଯୋଗାଇବେ ରାଜ୍ୟ ସରକାର ।
କଟକରେ ଘରୋଇ ବସ୍ ଚଳାଚଳ ସ୍ଵାଭାବିକ ହେବ । କଟକ ଘରୋଇ ବସ୍ ମାଲିକ ସଂଘ ଆଉ ଡ୍ରାଇଭର ମହାସଂଘ ଧର୍ମଘଟକୁ ସମର୍ଥନ ଜଣାଇବେ ନାହିଁ । ଧର୍ମଘଟର ସମାଧାନ ହେଉ ନ ଥିବାରୁ ବସ୍ ଚଳାଚଳ ବନ୍ଦ ରହିଥିବା ହେଉ ମାଲିକ କ୍ଷତି ସହୁଛନ୍ତି । ତେଣୁ ଯାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ନଜରକୁ ନେଇଛି ବସ୍ ମାଲିକ ସଂଘ । ଏନେଇ ଘରୋଇ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି ଓ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
Comments are closed.