ମୁମ୍ବାଇ : ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଜଣେ ସାଧୁ ମୁଣ୍ଡରେ ସୌରଶକ୍ତି ଚାଳିତ ପଙ୍ଖା ଲଗାଇଥିବା ଦୃଶ୍ୟ ବେଶ୍ ଆକୃଷ୍ଟ କରିଛି । ଏହାର ଭିଡ଼ିଓକୁ ନିଜେ ବିଗ୍ ବି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସାଧୁ ଜଣକ ଗେରୁଆ ଡ଼୍ରେସ ପିନ୍ଧିବା ସହ ହାତରେ ଘଣ୍ଟା ଲଗାଇଛନ୍ତି । ସେ ମୁଣ୍ଡରେ ହେଲମେଟ୍ ଉପରେ ଏକ ସୌରଶକ୍ତି ପ୍ୟାନେଲ ଲାଗିଥିବା ପଙ୍ଖା ଲଗାଇଛନ୍ତି, ଯାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଗରମରୁ ରକ୍ଷା ପାଇବା ପାଇଁ ସେ ଏଭଳି ଅଭିନବ ପନ୍ଥା ଆପଣାଇଛନ୍ତି । ଏବେ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଏଥିରେ ଆକର୍ଷିତ ହୋଇ ଅମିତାଭ ଟ୍ୱିଟରରେ ଲେଖିଛନ୍ତି ଯେ, ‘ଭାରତ ଉଦ୍ଭାବନର ଜନନୀ । ଭାରତ ମାତା କି ଜୟ ।’
BREAKING NEWS
- ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି
- ୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ
- ପାଦରୁ ଜଣାପଡ଼ିବ ମଧୁମେହ ହୋଇଛି କି ନାହିଁ, ଜାଣିରଖନ୍ତୁ ଏହି ସଙ୍କେତ
- କେଉଁ କେଉଁ ଦଶକୁ ଋଣ ଦେଇଥାଏ ଭାରତ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
- ମୃତ୍ୟୁ ପରେ ବଞ୍ଚି ରହନ୍ତି ଏମାନେ, ଜାଣନ୍ତୁ କଣ ଏହି ‘ଥର୍ଡ ଷ୍ଟେଟ୍’
- ଆପଣଙ୍କ ଫୋନ ବି ଥରି ଉଠିବ ! Googleରେ ଲେଖିଦିଅନ୍ତୁ ଏହି ଶବ୍ଦ ତା’ପରେ…
- ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା
- ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇଦାରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
Comments are closed.