Latest Odisha News

BREAKING NEWS

ପଶ୍ଚିମବଙ୍ଗ ହିଂସାକୁ ନେଇ ମମତାଙ୍କ କଟାକ୍ଷ; କହିଲେ ‘ବାମ’ ଓ ‘ରାମ’ ହାତ ମିଳାଇଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଜୁରୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି । ମମତା କହିଛନ୍ତି ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଏମାନଙ୍କୁ ନା ହିନ୍ଦୁ କହିବି ନା ମୁସଲମାନ । ଯିଏ ହତିଆର ଏବଂ ବନ୍ଧୁକ ଧରି ଚାଲନ୍ତି ଏବଂ ଲୋକଙ୍କୁ ମାରନ୍ତି ଏବଂ ସେମାନଙ୍କ ଘରେ ନିଆଁ ଲଗାନ୍ତି ସେମାନେ କେବଳ ବିଜେପିର ଗୁଣ୍ଡା ହୋଇପାରନ୍ତି ।

ସେ ଆହୁରି କହିଛନ୍ତି, ବାମ(ଲେଫ୍ଟ ଫଣ୍ଟ) ଏବଂ ରାମ (ବିଜେପି) ଆମ ବରୋଧରେ ହାତ ମିଳାଇଛନ୍ତି । ସେ କହଛନ୍ତି, ପଶ୍ଚିମବଙ୍ଗରେ ଅନ୍ୟ ଧର୍ମର ଉତ୍ସବ ପାଳନ କରାଯାଏ । କିନ୍ତୁ କୌଣସି ଉତ୍ସବରେ ହିଂସାକାଣ୍ଡ ଘଟେନି । ରାମଙ୍କ ନାଁ ନେଇ ଏମାନେ ହିନ୍ଦୁଙ୍କୁ ନିଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ।

ମମତା କହିଥିଲେ, ‘ମୁଁ ହିନ୍ଦୁ । କିନ୍ତୁ ସ୍ୱାମୀ ବିବେକାନନ୍ଦଙ୍କ ପରି ହିନ୍ଦୁ । ରାମକୃଷ୍ଣଙ୍କ ପରି ହିନ୍ଦୁ । ଦୁର୍ଗାଙ୍କୁ ପୂଜା କରିଥିବା ହିନ୍ଦୁ । ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ସୃଷ୍ଟି କରିପାରୁଥିବା ହିନ୍ଦୁ । ଆମେ ହିଂସା କରୁନି । ଏହି ଗୁଣ୍ଡାଙ୍କୁ ବାହାରୁ ଅଣାଯାଇଛି । ଏହା ଏକ ଅପରାଧିକ ହିଂସା ।’

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, ମୋତେ ସବୁବେଳେ ସତର୍କ ରହିବାକୁ ପଡୁଛି, କେତେବେଳେ ଭାଜପା ନେତା କେଉଁଠି ହିଂସା ସୃଷ୍ଟି କରିବେ । ପଶ୍ଚିମବଙ୍ଗର ଲୋକ କେବେ ଦଙ୍ଗା କରିବାକୁ ଚାହାଁନ୍ତି ନାହିଁ ବୋଲି ସେ କହିଥିଲେ ।

ଭାଜପା ନେତା ବିହାରରୁ ଗୁଣ୍ଡା ଆଣି ଏଠାରେ ଦଙ୍ଗା କରୁଛନ୍ତି । ରାମଙ୍କ ନାମକୁ ଅପବିତ୍ର କରୁଛନ୍ତି ।

Leave A Reply

Your email address will not be published.