Latest Odisha News

BREAKING NEWS

ତାଳଚେରର ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍

ଅନୁଗୁଳ: ତାଳଚେରରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । କୁମୁଣ୍ଡାର ଜଣେ ଟାୟାର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି କଟକ ଜିଏସଟି ଅନଫୋର୍ସମେଣ୍ଟ ଟିମ୍ । ମିଳିଥିବା ସୂଚନା ଅନୁସାରେ, କୁମୁଣ୍ଡା ଗାଁର ୨ ଜଣ ବ୍ୟବସାୟୀଙ୍କ ବିବି ଟ୍ରେଡର୍ସ ନାଁରେ ଏକ ସଂସ୍ଥା ରହିଛି ।

ବିବି ଟ୍ରେଡର୍ସ ବଡ଼଼ ବଡ଼ ଗାଡ଼ିର ଟାୟାର ବିକ୍ରି କରିଥାଏ । ସଂସ୍ଥା କିଛିଦିନ ତଳେ ଜିଏସଟି ରିଟର୍ଣ୍ଣ ଆପ୍ଲାଏ କରିଥିଲା । ତେବେ ଦାଖଲ କାଗଜପତ୍ର ମେଳ ନ ଖାଇବାରୁ ଜିଏସଟି ବିଭାଗ ଚଢ଼ାଉ କରିଛି । ଚଢ଼ାଉରେ ୧୫ ଜଣିଆ ଟିମ୍ ସାମିଲ୍ ଥିବା ବେଳେ ସଂସ୍ଥାର ଦୋକାନ ଓ ଉଭୟ ମାଲିକଙ୍କ ଘରେ ଛାନଭିନ୍ ଜାରି ରହିଛି ।

Leave A Reply

Your email address will not be published.