Latest Odisha News

BREAKING NEWS

ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ; ସରକାର ଜାରି କଲେ ନୂଆ ଏସଓପି

ଭୁବନେଶ୍ବର: ଓଡ଼ିଶାରେ ଜମି କିଣାବିକା ନିୟମରେ ବଡ଼ ପରିବର୍ତ୍ତନ । ଏନେଇ ନୂଆ SOP ଜାରି କଲେ ରାଜ୍ୟ ସରକାର । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୧୯ ତାରିଖରେ ସ୍ଥାବର ସମ୍ପତ୍ତିର ବେଞ୍ଚମାର୍କ ମୂଲ୍ୟର ଦ୍ୱିବାର୍ଷିକ ସଂଶୋଧନ ପାଇଁ ଏକ ବିସ୍ତୃତ ସୂଚନା ବା SOP ଜାରି ହୋଇଛି ।

ଏପ୍ରିଲ ୧ରୁ ବଦଳିବ ଜମିର ବେଞ୍ଚମାର୍କ ମୂଲ୍ୟ । ଏହି ନୂଆ ନିୟମ ପ୍ରତି ଦୁଇ ବର୍ଷରେ ଥରେ ଏପ୍ରିଲ ୧ରୁ ଲାଗୁ ହେବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୂଲ୍ୟାଙ୍କନ କମିଟି ଓ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲା ମୂଲ୍ୟାଙ୍କନ କମିଟି ଗଠନ କରାଯିବ । ଏଥିରେ ବିଶେଷଜ୍ଞ ମୂଲ୍ୟାଙ୍କନକାରୀ ମାନେ ରହିବେ । ସହରାଞ୍ଚଳ (Form-5) ପ୍ଲଟଗୁଡ଼ିକୁ ରାସ୍ତା କଡ଼, ଆବାସିକ ଓ ବ୍ୟବସାୟିକ ଶ୍ରେଣୀରେ ବିଭକ୍ତ କରାଯାଇ ମୂଲ୍ୟ ସ୍ଥିର ହେବ ।

ସେହିପରି, ଗ୍ରାମାଞ୍ଚଳ (Form-6)ରେ ଚାଷ ଜମି, ଅଣ-ଚାଷ ଜମି ଓ ଜାତୀୟ ରାଜପଥ ନିକଟରେ ଥିବା ଜମି ଅନୁସାରେ ମୂଲ୍ୟ ଧାର୍ଯ୍ୟ ହେବ । ଇଞ୍ଜିନିୟରଙ୍କ ଦ୍ୱାରା ଧାର୍ଯ୍ୟ RCC ଏବଂ ଅନ୍ୟାନ୍ୟ ନିର୍ମାଣ ଦର ଅନୁସାରେ ଘର ଓ କୋଠା ମୂଲ୍ୟାଙ୍କନ ହେବ ।

 

<iframe width=”560″ height=”315″ src=”https://www.youtube.com/embed/u-7eRivQ7k8?si=yjBCY7M6OymiBA0T” title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe>

Leave A Reply

Your email address will not be published.