Latest Odisha News

Odisha Vigilance: ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ବାଲେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ରେଡ ହୋଇଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ ଉପରେ ଭିଜିଲାନ୍ସ ଟିମର ଚଢ଼ାଉ। ରବୀନ୍ଦ୍ର କୁମାର ବାରିକଙ୍କ ବାଲେଶ୍ଵରରେ ଥିବା ବିଭିନ୍ନ ସମ୍ପତ୍ତି ଉପରେ ରେଡ୍। ରବୀନ୍ଦ୍ର କୁମାର ବାରିକ ସିଭିଲ ସପ୍ଲାଏ ଅଫିସ୍ ଜୁନିଅର ଆକାଉଣ୍ଟାଣ୍ଟ ଭାବରେ ସୁନ୍ଦରଗଡ଼ରେ କାର୍ଯ୍ୟରତ।

ବାଲେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ୩ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଟିମ୍ ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି।

Comments are closed.