ଭୁବନେଶ୍ୱର: ରାଜସ୍ବ ବିଭାଗର ବଡ ନିଷ୍ପତ୍ତି । ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ । କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏହା ସହ ପୂର୍ବରୁ ମଧ୍ୟ ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି
ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ୧୫ ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ଏହାବାଦ୍ ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ପାଳନ ହେଉନାହିଁ । ଯାହାକୁ ନେଇ ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି। ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ ହୋଇଛି ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.