Latest Odisha News

BREAKING NEWS

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ୮ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି ।

ଖବର ମୁତାବକ, ଛତିଶଗଡର ପିଡ଼ିଆ ଜଙ୍ଗଲରେ ୩୦ ରୁ ଅଧିକ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁର ଆଦି ତିନି ଜିଲ୍ଲାର ପୋଲିସ ଓ ସିଆରପିଏଫ ର ଯବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ । ପ୍ରାୟ ୧୧ ଘଣ୍ଟା ଧରି ଏହି ଅପରେସନ ଜାରି ରହିଥିଲା ।

ଯେଉଁଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଥିବାବେଳେ, ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ସୂଚନା ରହିଛି । ତେବେ ବସ୍ତର ପୋଲିସ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହି ଅପରେସନ ହୋଇଥିଲା । ଏଥିରେ ଏକ ହଜାରରୁ ଅଧିକ ପୋଲିସ ଓ ଯବାନ ମାନେ ସାମିଲ ଥିଲେ । ତିନି ଜିଲ୍ଲାର ଏସପିଙ୍କ ସମେତ ବସ୍ତର ଡିଆଇଜି ଙ୍କ କଡା ନଜର ଏହି ଅପରେସନ ଉପରେ ଥିଲା ।

Leave A Reply

Your email address will not be published.