Latest Odisha News

BREAKING NEWS

ଈଶାନ, ଶ୍ରେୟାଶ ଘଟଣାରେ ଦୋଷ ଝାଡିଲେ ଜୟଶାହ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେବା ଘଟଣାରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ନିଜ ଦୋଷ ଝାଡିଛନ୍ତି । ସେ କହିଛନ୍ତି ସେମାନଙ୍କୁ ଏଥିରୁ ବାଦ ଦେବା ନିଷ୍ପତି ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଥିଲା । ଏଥିରେ ମୋର କୌଣସି ଭୂମିକା ନାହିଁ । ବିସିସିଆଇ ଚେତାଇବା ସତ୍ୱେ ଈଶାନ ଓ ଶ୍ରେୟାଶ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ଅଂଶଗ୍ରହଣ ନ କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦିଆଯାଇଥିଲା । ଦିନିକିଆ ବିଶ୍ୱକପ ପରେ ଈଶାନ ଲମ୍ବା ବ୍ରେକରେ ଯାଇ ସିଧାସଳଖ ଆଇପିଏଲରେ ଖେଳିଥିଲେ ।

ଅପରପକ୍ଷରେ ଆୟାର ବିସିସିଆଇ କାର୍ଯ୍ୟାନୁଷ୍ଠାନ ପରେ ସେ ମୁମ୍ବାଇ ପକ୍ଷରୁ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିଥିଲେ । ଅଗରକର ନିଷ୍ପତି ନେବା ପରେ ଏହାକୁ ମାନିବା ମୋ କାର୍ଯ୍ୟ ଥିଲା ବୋଲି ଶାହ କହିଛନ୍ତି । ଅବଶ୍ୟ ଏହାର ପରିଣାମ ଭଲ ହୋଇଛି । ଆମକୁ ସଞ୍ଜୁ ସାମସନଙ୍କ ପରି ଖେଳାଳି ମିଳିପାରିଛି । ଈଶାନ ଓ ଶ୍ରେୟାଶଙ୍କ ସହ ମୁଁ ଏ ନେଇ କଥା ହୋଇନି । ଅବଶ୍ୟ ଆମେ ଅଲଗା ବିଷୟରେ କଥା ହୋଇଥିଲୁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.