Latest Odisha News

BREAKING NEWS

ନବରଙ୍ଗପୁରରେ ବଦଳୁଛି ହାୱା !

ଭୁବନେଶ୍ବର : ନବରଙ୍ଗପୁରରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ନେତା ବଦଳାଇଲେ ଦଳ, ଏବେ ବଦଳୁଛି ମାହୋଲ ! ବଦଳିବ କି ଲୋକସଭା ବାଜି ? ଏଥର ନବରଙ୍ଗପୁରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନରେ ଆକ୍ଟିଭ ରହିଛନ୍ତି । ତେବେ ସିଧାସଳଖ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେଇପାରେ । ବିଜେଡିରୁ ଏଥର ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ମାଝୀ ତ ବିଜେପିର ସାରଥି ସାଜିଛନ୍ତି ବଳଭଦ୍ର ମାଝୀ। ପୂର୍ବରୁ ଉଭୟ ନବରଙ୍ଗପୁରରୁ ଥରେ ଲେଖାଏଁ ସାଂସଦ ହୋଇଛନ୍ତି । ତେଣୁ ଏଥର ଟକ୍କର ଜୋରଦାର ।

ପାଣିପାଗ ବଦଳାଇବ ମୋଦି ହାୱା !

ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନବରଙ୍ଗପୁର ସଂକଳ୍ପ ସମାବେଶରେ ହୁଙ୍କାର ଭରିଥିଲେ ମୋଦି । ରାଜ୍ୟରେ ବିଜେପି ସରକାର ଗଠନ କନଫିଡେନ୍ସ ହେଉ କି ବିଜେଡିକୁ ଆଟାକ୍‌, ମୋଦିଙ୍କ ପ୍ରଭାବ ଭୋଟରଙ୍କ ଉପରେ ପଡିପାରେ । ମୋଦିଙ୍କ କ୍ରେଜ୍ ନବରଙ୍ଗପୁର ନିର୍ବାଚନରେ ଗେମଚେଞ୍ଜର ହୋଇପାରେ । ରାଜ୍ୟରେ ଶାସକ ବିରୋଧୀ ଲହର ଥିବା ବେଳେ ମୋଦିଙ୍କ ପ୍ରଚାର ବଳଭଦ୍ରଙ୍କ ପାଇଁ ଅଧିକ ଭୋଟ୍ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

ଗଡ ରକ୍ଷା ପାଇଁ ବିଜେଡି କସରତ

ଗତ ଦୁଇଟି ନିର୍ବାଚନରେ ନବରଙ୍ଗପୁର ଦଖଲ କରିଆସୁଛି ବିଜେଡି । ଏଥର ବି ଗଡ କବଜା କରିବାକୁ ଜୋରଦାର ପ୍ରଚାର କରୁଛି ଦଳ । ବିଜେଡିର ନମ୍ବର ୱାନ୍ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁରରେ ଯୋଡି ଶଙ୍ଖର ନାରା ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ବିକାଶ କଥା କହି ଭୋଟ୍ ମାଗିବା ସହ କେନ୍ଦ୍ରକୁ ଟାର୍ଗେଟ୍ ବି କରିଛନ୍ତି । ଭିକେ ପାଣ୍ଡିଆନ ବି ମାରାଥନ୍ କ୍ୟାମ୍ପେନିଂ କରୁଛନ୍ତି ।

ବିଧାନସଭାରେ କାହାର କେତେ ଦମ୍?

ଗତଥର ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟି ବିଧାନସଭାରୁ ଉମରକୋଟ ଓ ମାଲକାନଗିରି ଜିତିଥିଲା ବିଜେପି। ବାକି ୫ଟି ସିଟ୍ ବିଜେଡି ଜିତିଥିଲା । ହେଲେ ଏଥର ଅଧିକାଂଶ ସିଟରେ ପ୍ରାର୍ଥୀ ବଦଳିଛନ୍ତି, ଦଳୀୟ ସମୀକରଣ ବି ବଦଳିଛି । ତେଣୁ ପରିବର୍ତ୍ତିତ ସ୍ଥିତିରେ ଫଳାଫଳ ମଧ୍ୟ ବଦଳିପାରେ ।

କୁଆଡେ ଢଳିବେ ବଙ୍ଗୀୟ ଭୋଟର ?

ନବରଙ୍ଗପୁର ଲୋକସଭା ଆସନରେ ୧୫ଲକ୍ଷରୁ ଅଧିକ ମତଦାତା ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ବଙ୍ଗୀୟ ଭୋଟର । ପ୍ରାୟତଃ ଏକତରଫା ମତଦାନ କରୁଥିବା ବଙ୍ଗୀୟ ମତାଦାତା ଏଥର କେଉଁ ଆଡକୁ ଢଳିବେ, ତାଉପରେ ବିଜୟ ସମୀକରଣ ନିର୍ଭର କରିପାରେ । ତେଣୁ ତିନି ପ୍ରମୁଖ ଦଳର ନଜର ଏହି ଭୋଟ ବ୍ୟାଙ୍କ ଉପରେ ରହିଛି ।

ପ୍ରଦୀପ ମାଝୀ Vs ବଳଭଦ୍ର ମାଝୀ

କଂଗ୍ରେସ ଭୋଟବ୍ୟାଙ୍କ ସାଙ୍ଗକୁ ବିଜେଡିର ବିକାଶ କାର୍ଡ ଖେଳି ଏଥର ନବରଙ୍ଗପୁର ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଦୀପ ମାଝୀ । ତେବେ ରମେଶ ମାଝୀଙ୍କ ଗୋଷ୍ଠୀ ପ୍ରଦୀପଙ୍କୁ କେତେ ସହଯୋଗ କରିବେ, ସେନେଇ ଦ୍ବନ୍ଦ୍ବ ରହିଛି । ସେପଟେ ମୋଦି ଲହରକୁ ନେଇ ବିଜୟ ଗଣିତ କଷୁଛନ୍ତି ବଳଭଦ୍ର ମାଝୀ । ୨୦୧୪ରେ ବିଜେଡିରୁ ସାଂସଦ ରହିଥିବା ବଳଭଦ୍ର ବିଜେଡିର ଅସନ୍ତୁଷ୍ଟଙ୍କୁ ନିଜ ଆଡକୁ ଆଣିପାରନ୍ତି । ଗତଥର କଂଗ୍ରେସ ନବରଙ୍ଗପୁରରେ ଖାତା ଖୋଲି ପାରିନଥିଲା । ତେବେ ଦଳର ପାରମ୍ପରିକ ଭୋଟ ବ୍ୟାଙ୍କ ଅଛି । ଯଦି କଂଗ୍ରେସ ନିଜ ଭୋଟ୍ ନିଜ ପାଖରେ ରଖିବାରେ ସଫଳ  ହୁଏ, ତେବେ ଅଡୁଆରେ ପଡିପାରନ୍ତି ପ୍ରଦୀପ ।

ବିଜେପି, କଂଗ୍ରେସ, ବିଜେଡି ସବୁ ଦଳକୁ ସୁଯୋଗ ଦେଇଛି ନବରଙ୍ଗପୁର । ୧୯୯୯, ୨୦୦୪ରେ ବିଜେପିର ପର୍ଶୁରାମ ମାଝୀ ସାଂସଦ ଥିଲେ ତ ୨୦୦୯ରେ କଂଗ୍ରେସରୁ ପ୍ରଦୀପ ମାଝୀ ଯାଇଥିଲେ ଲୋକସଭା । ୨୦୧୪ ଓ ୨୦୧୯ରେ ବିଜେଡିର ବଳଭଦ୍ର ମାଝୀ ଓ ରମେଶ ମାଝୀଙ୍କୁ ବାଛିଥିଲା ନବରଙ୍ଗପୁର । ହେଲେ ନେତାଙ୍କ ଦଳ ବଦଳ ସହ ଏଥର ଓଲଟପାଲଟ ହୋଇଯାଇଛି ନବରଙ୍ଗପୁର ଗଣିତ ।

Leave A Reply

Your email address will not be published.