Latest Odisha News

BREAKING NEWS

ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି । ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଛନ୍ତି । ଏହି ଅବସରରେ ସେ ହାଇକୋର୍ଟଙ୍କୁ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ଦାଖଲ କରିଛନ୍ତି । ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ ଅବମାନନା ମାମଲା ରଦ୍ଦ କରିଛନ୍ତି ହାଇକୋର୍ଟ ।

ତେବେ ଉଷାପାଠୀ ଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଓ କଟକ ଜିଲ୍ଲାପାଳଙ୍କ ବିରୋଧରେ ମଧ୍ୟ ମାମଲା ରଦ୍ଦ କରାଯାଇଛି ।

ସୂଚନା ଯୋଗ୍ୟ, ଅଦାଲତ ଅବମାନନା ଅଭିଯୋଗରେ ସଚିବ ପାଢ଼ୀଙ୍କୁ ହାଇକୋର୍ଟ ଗତ ୨୪ ତାରିଖିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.