Para-legal Volunteers: ମହିଳା ଓ ଶିଶୁ ସୁରକ୍ଷା ନେଇ ବଡ଼ ପଦକ୍ଷେପ; ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର
ଭୁବନେଶ୍ବର: ରାଜ୍ୟରେ କିପରି ସୁରକ୍ଷିତ ରହିବେ ମହିଳା ଓ ଶିଶୁ ସେନେଇ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୀଡ଼ିତାଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସାହାଯ୍ୟ କରିବେ ପାରା ଲିଗାଲ ଭଲ୍ୟୁଣ୍ଟର । ଗାଁର ସାଧାରଣ ଓ ଜନଜାତି ପରିବାରଙ୍କୁ ନ୍ୟାୟିକ ଅଧିକାର ପାଇଁ ଗୁରୁତ୍ୱ ଦିଆଯିବ । ନିର୍ଯାତନାର ଶିକାର ହେଲେ ପ୍ରଥମେ ପାରା ଲିଗାଲ ଭଲ୍ୟୁଣ୍ଟରଙ୍କୁ ଜଣାଇବେ ।
ନ୍ୟାୟିକ ଦିଗ ନେଇ ଭଲ୍ୟୁଣ୍ଟର ପୀଡ଼ିତାଙ୍କୁ ସାହାଯ୍ୟ କରିବେ । ମହିଳାଙ୍କୁ ସଚେତନ କରାଯିବ, ଅଙ୍ଗନବାଡ଼ି କର୍ମୀଙ୍କୁ ସାମିଲ୍ କରାଯିବ । ସମସ୍ୟାକୁ ଥାନା ଏବଂ କୋର୍ଟ ପର୍ଯ୍ୟନ୍ତ ପହଞ୍ଚାଇବେ ।
Comments are closed.