Latest Odisha News

BREAKING NEWS

ବିଗ୍‍ ବସ୍‍-୧୩ ‘ ପାଇଁ ସଲମାନ କେତେ ପାରିଶ୍ରମିକ ନେବେ ଜାଣନ୍ତି? ଜାଣିଲେ ହୋସ ଉଡିଯିବ

ମୁମ୍ବାଇ : ପପୁଲାର ରିଆଲିଟି ଶୋ’ ‘ବିଗ୍‍ ବସ୍‍’ ଖୁବ ଶୀଘ୍ର ଆରମ୍ଭ କରିବାକୁ ଯାଉଛି ଏହାର ସିଜିନ-୧୩ । ୨୦୦୬ ମସିହାରେ ଏହା ଦର୍ଶକଙ୍କୁ ଭେଟି ଦେଇଥିଲା ଏହାର ପ୍ରଥମ ସିଜିନ । ୮୬ଟି ଅଧ୍ୟାୟ ବିଶିଷ୍ଟ ଏହି ଶୋ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସୋନି ଟିଭିରେ ପ୍ରସାରିତ ଏହି ଧାରାବାହିକଟିର ପ୍ରଥମ ଉପସ୍ଥାପକ ଥିଲେ ଅରସଦ୍ ୱାରସି ।

ତାପରଠୁ ଶୋ’ରେ ପ୍ରାୟତଃ ସବୁ ସିଜିନରେ ନୂଆ ଉପସ୍ଥାପକ  ଦେଖିବାକୁ ମିଳିଲା । ୨୦୧୦ ମସିହାରେ ଆସିଲା ଏହାର ଚତୁର୍ଥ ସିଜିନ । ଯାହାର ଉପସ୍ଥାପନା ଭାର ସମ୍ଭାଳିଥିଲେ ସୁପରଷ୍ଟାର ସଲମାନ ଖାନ । ଶୋ’ର ଟିଆରପି ମଧ୍ୟ ଅନ୍ୟ ସିଜିନ ଗୁଡିକ ଅପେକ୍ଷା ଥିଲା ଢେର ଅଧିକା । ଶୋ’ ଜରିଆରେ ସଲମାନଙ୍କୁ ମଧ୍ୟ ମିଳିଲା ଢେର ଲୋକପ୍ରିୟତା ।

ବାସ୍ ସେବେଠାରୁ ‘ବିଗ୍‍ ବସ୍‍’ ନା ସଲମାନଙ୍କୁ ଛାଡିଛି ଆଉ ନା ସଲମାନ ‘ବିଗ୍‍ ବସ୍‍’ । ଦୀର୍ଘ ୯ବର୍ଷ ହେଲାଣି ସଲୁ ‘ବିଗ୍‍ ବସ୍‍’ର ହୋଷ୍ଟିଂ କରିଆସୁଛନ୍ତି ।

ତେବେ ସିଜିନ ବଢିବା ସହ ସଲମାନଙ୍କୁ ମିଳୁଥିବା ପାରିଶ୍ରମିକ ମଧ୍ୟ ବଢିବାରେ ଲାଗିଛି । ନିଜର ପ୍ରଥମ ସିଜିନରେ ଶୋ’କୁ ହୋଷ୍ଟ କରିବାକୁ  ସଲମାନ ୭୨କୋଟି ନେଇ ଥିଲେ । ୯ବର୍ଷପରେ ‘’ବିଗ୍‍ ବସ୍‍-୧୩’କୁ ହୋଷ୍ଟ କରିବା ପାଇଁ ସଲମାନ ୪୦୩ କୋଟି ନେବେ ବୋଲିି ଚ୍ୟାନେଲ ସହ ଡିଲ୍ ହୋଇଥିବା ଜଣାପଡିଛି ।

‘’ବିଗ୍‍ ବସ୍‍’’ର ବ୍ରାଣ୍ଡ୍ ଆମ୍ବାସାଡାର କୁହାଯାଉଥିବା ସଲମାନ ଖାନଙ୍କୁ ସପ୍ତାହକୁ ୨ଦିନ ସୁଟିଂ କରିବାକୁ ଚ୍ୟାନେଲ ତରଫରୁ ନେବେ ୩୧ କୋଟି ଟଙ୍କା ।

Leave A Reply

Your email address will not be published.