Latest Odisha News

BREAKING NEWS

ସଲମାନଙ୍କ ଗାଳି ଶୁଣି ପ୍ରତିଯୋଗୀ ବେହୋସ

ମୁମ୍ବାଇ:ଛୋଟପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ୍ । ଏବେ ବିଗ୍‌ବସ ସିଜିନ ୧୭ରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଡ୍ରାମା ଦେଖିବାକୁ ମିଳୁଛି । ଏବେ ସୋସିଆଲ୍ ମିଡିଆରେ ବିଗ୍‌ବସ୍‌ର ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ପ୍ରତିଯୋଗୀଙ୍କୁ ସଲ୍‌ମାନ୍ ଖୁବ୍ ଗାଳି ଦେଉଥିବାର ଦେଖିବାକୁ ମିଳିଛି । ବିଗ୍ ବସ୍ ଘରେ ସଲ୍‌ମାନଙ୍କଠାରୁ ଗାଳି ଶୁଣିଥିବା ପ୍ରତିଯୋଗୀ ଆୟେଶା ଖାନ୍ ଗତ ରାତିରେ ବେହୋସ ହୋଇ ଯାଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌କୁ ନିଆ ଯାଇଥିଲା । ଚିକିତ୍ସା ପରେ ଆୟେଶା କିଛି ସମୟ ପାଇଁ ଆରାମ କରିଥିଲେ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓ ବିଗ୍‌ବସ୍ ଘରକୁୁ ଫେରି ଆସିଛନ୍ତି ।

ନିକଟରେ ବିଗ୍‌ବସ୍‌-୧୭ର ‘ୱିକେଣ୍ଡ୍ କା ବାର’ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏଥିରେ ସଲ୍‌ମାନ ଆୟେଶା ଓ ମୁନ୍ନୱରଙ୍କୁ ଗାଳି ଦେଉଥିବାର ନଜର ଆସିଥିଲେ । ସେ ଦୁଇ ଜଣଙ୍କ ସଂପର୍କକୁ ନେଇ ପ୍ରଶ୍ନ କରିଥିଲେ । ଆୟେଶାଙ୍କୁ ସଲ୍‌ମାନ ତାଙ୍କର ସୋ’କୁ ଆସିବା ଉଦ୍ଦେଶ୍ୟ କ’ଣ ବୋଲି ପଚାରୁଥିବାର ବି ଭିଡିଓରେ ଦେଖିବାକୁ ମିଳିଥିଲା । ସଲ୍‌ମାନ ଆୟେଶା ଓ ମୁନ୍ନୱରଙ୍କୁ ଏକଥା ବି କହିଛନ୍ତି ଯେ ସେମାନଙ୍କ ସଂପର୍କ ରାଗର ସଂପର୍କ ପରି ନଜର ଆସୁନାହିଁ । ତା’ପରେ ସଲ୍‌ମାନ ମୁନ୍ନୱରଙ୍କୁ ଆୟେଶାଙ୍କ ପ୍ରତି ସମବେଦନା ଦେଖାଇବାର କାରଣ ବି ପଚାରିଥିଲେ । ଆପଣ ଜାଣନ୍ତି ଯେ ମୁନ୍ନଓର ଫାରୁକି ଓ ଆୟେଶାଙ୍କୁ ନେଇ ଗତ ଦିନମାନଙ୍କରେ ଅନେକ ଡ୍ରାମା ହୋଇଛି ।

Leave A Reply

Your email address will not be published.