Latest Odisha News

BREAKING NEWS

ବିଗ୍‌ ବସ୍‌ ୧୪ରେ ସିଦ୍ଧାର୍ଥଙ୍କ ରି ଏଣ୍ଟ୍ରି; ହାଇ ଡିମାଣ୍ଡ ଚାର୍ଜ କଲେ ସିଦ୍ଧାର୍ଥ ଶୁକ୍ଲା; ସପ୍ତାହକୁ ନେବେ ୪୦ ଲକ୍ଷ !

ମୁମ୍ବାଇ: ସଲ୍‌ମାନ ଖାନ୍‌ ବିଗ୍‌ ବସ୍‌ରେ ପ୍ରତି ଏପିସୋଡ୍ ପିଛା ଯେତିକି ଫି ଚାର୍ଜ କରନ୍ତି ତାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଏଥର ବିଗ୍ ବସ୍ ସିଜିନ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଚାର୍ଜେସ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆଉ ମାତ୍ର କିଛି ଘଣ୍ଟା ପରେ ବିଗ୍‌ ବସ୍‌ ସିଜିନ୍ ୧୪ ଆରମ୍ଭ ହେବାକୁ ଯାଉଛି। ତେବେ ସୋ କୁ ନେଇ ଆଉ ଏକ ଖବର ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ନୁଆ ପ୍ରତିଯୋଗୀମାନଙ୍କ ସହିତ ପରିଚିତ ହେବାକୁ ସମସ୍ତେ ଉତ୍ସାହିତ ଥିବା ବେଳେ ଏମାନଙ୍କ ବ୍ୟତୀତ କିଛି ପୁରୁଣା ପ୍ରତିଯୋଗୀମାନେ ମଧ୍ୟ ଏଥିରେ ସାମିଲ୍‌ ହେବାକୁ ଯାଉଛନ୍ତି।

ଅନେକ ପୁରୁଣା ଖେଳାଳୀଙ୍କୁ ବିଗ୍‌ ବସ୍‌ ୧୪ରେ ମେଣ୍ଟର ଭାବରେ ଦେଖିବାକୁ ମିଳିବ। ଏହି ତାଲିକାରେ ସିଦ୍ଧାର୍ଥ ଶୁକ୍ଲାଙ୍କ ନାମ ମଧ୍ୟ ଅନ୍ତଭୁର୍କ୍ତ। ଏହା ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ନିଶ୍ଚିତ। ବିଗ୍‌ ବସ୍‌ ସିଜିନ୍‌ ୧୩ ଜିତିବା ପରେ ସିଦ୍ଧାର୍ଥଙ୍କ ଲୋକପ୍ରିୟତା ଆହୁରି ବଢ଼ିଯାଇଛି। ସେଥିପାଇଁ ସିଦ୍ଧାର୍ଥ ପ୍ରତ୍ୟେକ ସୋ ପାଇଁ ହାଇ ଡିମାଣ୍ଡ୍‌ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ସିଦ୍ଧାର୍ଥ ବିଗ୍‌ ବସ୍‌ ନିର୍ମାତାଙ୍କଠାରୁ ମୋଟା ଅଙ୍କର ଅର୍ଥ ଚାର୍ଜ କରିଛନ୍ତି। ସିଦ୍ଧାର୍ଥଙ୍କୁ ପ୍ରତି ସପ୍ତାହରେ ୩୫ରୁ ୪୦ ଲକ୍ଷ ଫି ପ୍ରଦାନ କରାଯିବ। ତେବେ ଜଣେ ଟେଲିଭିଜନ୍‌ ଆକ୍ଟର ଭାବେ ଏତେ ପରିମାଣର ଅର୍ଥ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Leave A Reply

Your email address will not be published.