Latest Odisha News

BREAKING NEWS

ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କରନ ଜୋହର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଥଣ୍ଡା ପଡିଥିଲେ କରନ ଜୋହର । ତାଙ୍କ ବିରୋଧରେ ସାଧାରଣ ଜନତାଙ୍କ ଆକ୍ରୋଶ ଅନେକ କିଛି ଅଜଣା ଘଟଣା ସାମ୍ନାକୁ ଆଣିଥିଲା । ହେଲେ ଏବେ ଧିରେଧିରେ ସୋସିଆଲ ମିଡିଆରେ ସକ୍ରିୟ ହେବାରେ ଲାଗିଛନ୍ତି କରନ । ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି ।

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଚିଠି ଲେଖିଥିଲେ । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ହେବା ଅବସରରେ ସେ ଏକ ବିଶେଷ ଫିଲ୍ମ ନିର୍ମାଣ କରିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠିଟିକୁ ସେ ଟୁଇଟ୍ ଜରିଆରେ ମଧ୍ୟ ସେୟାର କରିଛନ୍ତି ।

କରନ ଚିଠିରେ ଏପରି ବି ଲେଖିଛନ୍ତି ଯେ, ଫିଲ୍ମ ଇଣ୍ଡଷ୍ଟ୍ରୀ ଏକ ଫିଲ୍ମ ଜରିଆରେ ଭାରତର ସଂସ୍କୃତି, ମୂଲ୍ୟବୋଧ ଓ ମହାନ ଗାଥାକୁ ଦର୍ଶାଇବାକୁ ଚାହୁଁଛି । ଗତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜକୁମାର ହିରାନୀ ଏକ ଫିଲ୍ମ ନିର୍ମାଣ କରିଥିଲେ । ହେଲେ ଏବେ ଦେଶର ସ୍ୱାଧୀନତାକୁ ନେଇ ଏକ ସ୍ୱତନ୍ତ୍ର ଫିଲ୍ମ ନିର୍ମାଣ ହେବ ।

ଫିଲ୍ମ ନିର୍ମାଣ ଧାରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରନ ମାର୍ଗଦର୍ଶକ ଭାବେ ବିବେଚନା କରିଛନ୍ତି । କରନ ଜୋହରଙ୍କ ଏହି ପ୍ରଚେଷ୍ଟାରେ ରାଜକୁମାର ହିରାନୀ, ରୋହିତ ସେଟ୍ଟି, ଏକତା କାପୁର, ସାଜିଦ ନାଡିଆଡୱାଲା ଓ ଦିନେଶ ବିଜାନ ସମେତ ଅନେକ ଜଣାଶୁଣା ଫିଲ୍ମ ନିର୍ମାତା ଜଡିତ ରହିଛନ୍ତି ।

Leave A Reply

Your email address will not be published.