Latest Odisha News

BREAKING NEWS

ବିହାରରେ ହେବ ଜାତି ଭିତ୍ତିକ ଜନଗଣନା; କ୍ୟାବିନେଟରେ ହେଲା ନିଷ୍ପତ୍ତି

ଭୁବନେଶ୍ୱର: ବିହାରରେ ଜାତି ଭିତ୍ତିକ ଜନଗଣନା ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତି ଭିତ୍ତିକ ଜନଗଣନା ବିଷୟରେ ଘୋଷଣା କରିଥିଲେ । ଗୁରୁବାର ଏହି ସ୍ୱତନ୍ତ୍ର ଜନଗଣନା ପାଇଁ ବିହାର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏହି ଐତିହାସିକ ନିଷ୍ପତ୍ତି ଆସିବା ପରେ ବିଭିନ୍ନ ରାଜନୈତିକ ଦଳ ଏହାକୁ ସ୍ୱାଗତ କରିଥିବା ବେଳେ କେବଳ ବିଜେପି ଏହାକୁ ବିରୋଧ କରିଛି ।

ଏଥିପାଇଁ ବିହାର ଜରୁରୀକାଳୀନ ପାଣ୍ଠିରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି କ୍ୟାବିନେଟ ଘୋଷଣାରେ ଜଣାପଡ଼ିଛି । ଜାତି ଭିତ୍ତିକ ଜନଗଣନା ବିହାରରେ ଲମ୍ବା ସମୟ ଧରି ଚାଲୁଥିବା ଏକ ଆଲୋଚନା ।

୨୦୧୦ ମସିହାରେ ଦେଶରେ କଂଗ୍ରେସ ସରକାର ଜାତି ଭିତ୍ତିକ ଜନଗଣନା କରିବାକୁ ରାଜି ହୋଇଥିଲା । କିନ୍ତୁ ଏ ସମ୍ବନ୍ଧୀୟ ମିଳିଥିବା ତଥ୍ୟ ଆଦୌ ପ୍ରକ୍ରିୟାକରଣ ହୋଇନଥିଲା । ଏହି ଘୋଷଣା ହେବା ପରେ ଦୀର୍ଘ ଦିନ ଧରି ଦାବି କରି ଆସୁଥିବା ତେଜସ୍ୱୀ ଯାଦବ ଏହାକୁ ବିଜୟ ବୋଲି କହିଛନ୍ତି ।

ଜେଡିୟୁ, ଆରଜେଡି ଜାତି ଭିତ୍ତିକ ଜନଗଣନାକୁ ନେଇ ବେଶ୍ ଉତ୍ସାହିତ ଥିବା ବେଳେ ସହଯୋଗୀ ଜିତନରାମଙ୍କ ସହ ମିଶି ନୀତିଶ କହିଛନ୍ତି ବିଜେପି ଏହାକୁ ଅଟକାଇବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.