Latest Odisha News

BREAKING NEWS

ଶାହାରୁଖ-ଅଟଲୀଙ୍କ ଆଗାମୀ ଫିଲ୍ମର ନାମ ଯବାନ !

ମୁମ୍ବାଇ:ସାଉଥର ଲୋକପ୍ରିୟ ଫିଲ୍ମମେକର ଅଟଲୀଙ୍କ ଆଗାମୀ ଫିଲ୍ମରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନାମ ଯବାନ ରଖାଯାଇଛି । ୨୫ ଟାଇଟଲ ମଧ୍ୟରୁ ଏହାକୁ ବଛାଯାଇଛି ବୋଲି ମେକର୍ସଙ୍କ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ୨୦୨୩ରେ ଯବାନ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଖୁବ୍ ଶୀଘ୍ର ଶାହାରୁଖ ଓ ଅଟଲୀ ଟିଜର ମାଧ୍ୟମରେ ଫିଲ୍ମର ନାମ ଘୋଷଣା କରିବାକୁ ଯାଉଛନ୍ତି । ୧ ମିନିଟ ୩୪ ସେକେଣ୍ଡର ଏହି ଟିଜର ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ାଇବା ପାଇଁ ଯଥେଷ୍ଟ ବୋଲି ସମୀକ୍ଷକମାନେ କହିଛନ୍ତି ।

ରିପୋର୍ଟ ମୁତାବକ ଏଥିରେ ଶାହାରୁଖ ଟ୍ରିପଲ ରୋଲ କରିବେ । ତାଙ୍କ ସହ ନୟନତାରା, ସାନ୍ୟା ମାଲହୋତ୍ରା, ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ୨୦୨୩ ଶାହାରୁଖ ପ୍ରଶଂସକଙ୍କ ବର୍ଷ ହେବାକୁ ଯାଉଛି । ଏହି ବର୍ଷ ୟଶରାଜ ପ୍ରଡକ୍ସନର ପଠାନ, ରାଜକୁମାର ହୀରାନୀଙ୍କ ଡଙ୍କି ଓ ଯବାନ ରିଲିଜ ହେବ ।

Leave A Reply

Your email address will not be published.