Latest Odisha News

BREAKING NEWS

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ ଜିଲ୍ଲା ଲାଲଗଂଜ ଆଦି ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହୋଇଛି।

ଲାଲଗଂଜ ରେଫରାଲ ହସ୍ପିଟାଲରେ ବନ୍ୟା ପାଣି ପଶିଯାଇଥିଲା । ହସ୍ପିଟାଲ ଭିତରେ ଆଣ୍ଠୁଏ ଉଚର ପାଣି ଚାଲୁଥିବାର ଦେଖିବାକୁ ମିଳିଥିଲ। ଡକ୍ଟର ଚାମ୍ବର,ଏକ୍ସରେ ରୁମ୍ ,ଲ୍ୟାବ ସବୁଆଡେ ଜଳମଗ୍ନ ହୋଇଯାଇଥିଲା । ସେପଟେ ଲେବର ରୁମ୍ ରେ ପାଣିରେ ମାଛ ଖେଳୁଥିବାରୁ ରୋଗୀମାନେ ଦେଖିଥିଲେ । ବନ୍ୟାପାଣି ଆଖପାଖ ଗାଁ ସହ ପୁରା ହସ୍ପିଟାଲକୁ ଘେରି ରହିଛି ।ରୋଗୀମାନେ ଏବେବି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏବେବି ପାଣିକୁ କଢା ଯାଇପାରିନାହିଁ ।

Leave A Reply

Your email address will not be published.