Latest Odisha News

ଓଡିଶା ମାଟିରେ ପାଦ ଦେଲା ଆନ୍ଧ୍ରପ୍ରଦେଶର ଜନସେନା ଦଳ

ଗୁଣୁପୁର: ପ୍ରଥମେ ଅଭିନୟ ଆଉ ଏବେ ରାଜନିତୀ । ଜନସେନା ଦଳ ଗଢି ଜନମାନସରେ ନୂତନ ପରିଚୟ ସୃଷ୍ଟି କରିଥିଲେ ଟଲିଉଡ୍ ସୁପରଷ୍ଟାର ପବନ କଲ୍ୟାଣ । ଆଜି ତାଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁରରେ ଜନସେନା ଦଳ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା ।

ଆୟୋଜିତ ସଭାରେ ଜନସେନା ଦଳର ଓଡିଶା ପ୍ରଦେଶ ଯୁବ ନେତା ଭି.ଶ୍ରୀରାମମୂର୍ତ୍ତି, ଓସ୍‌ମାନିଆ ୟୁନିଭର୍ସିଟିର ଛାତ୍ର ସଭାପତି ସମ୍ପଦ କୁମାର ଓ ଜନସେନାର ବରିଷ୍ଠ ନେତା ବି. ସତୀଶ କୁମାର ଯୋଗଦେଇଥିଲେ । ୨୦୨୪ରେ ଜନସେନା ବିଜେପି ସହ ମେଣ୍ଟ କରି ସରକାର ଗଢିବ, ଓଡିଶାର ଏକାଧିକ ଜିଲ୍ଲାରେ ଚଳିତବର୍ଷ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବା ନେଇ ଭି. ଶ୍ରୀରାମମୂର୍ତ୍ତି ପ୍ରାକ୍ ସୂଚନା ଦେଇଥିଲେ ।

ପବନ କଲ୍ୟାଣଙ୍କ ଜନ୍ମଦିନ ଅବସରରେ ଦ୍ୱାଦଶ ଜ୍ୟେର୍ତିଲିଙ୍ଗରେ ଦୀପ ସହ ପୁଷ୍ପ ପ୍ରଦାନ କରାଯାଇଥିଲା । ପରେ ଛୋଟଛୋଟ ପିଲାଙ୍କୁ ଛତା ଓ ଅନ୍ୟାନ୍ୟ ଖେଳ ସରଂଜାମ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥୀଙ୍କୁ ବାଦ୍ ଦେଲେ ସଭାରେ ସ୍ଥାନୀୟ ଲୋକଙ୍କ ସମେତ ଆନ୍ଧ୍ରପ୍ରଦେଶ ବାସିନ୍ଦା ସାମିଲ ହୋଇଥିଲେ ।

Leave A Reply

Your email address will not be published.