Latest Odisha News

BREAKING NEWS

[ଭିଡିଓ] ମହଙ୍ଗା ପଡିଲା ପୂଜା ଛୁଟି, ଅକାଳରେ ଚାଲିଗଲା ଜୀବନ

ପାରାଦୀପ: ବିହାର ରାଜ୍ୟରୁ ଓଡିଶାର ପାରାଦୀପକୁ ବୁଲି ଆସିଥିଲେ ୪ଜଣ ଯୁବକ । ବିଶ୍ୱକର୍ମା ପୂଜା ଛୁଟିରେ ଆସି ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆ ନିକଟସ୍ଥ ସମୁଦ୍ର କୂଳରେ ଗାଧୋଉଥିଲେ । ହେଲେ ସମୁଦ୍ରରେ ମଜା ମସ୍ତି କରିବା ସେମାନଙ୍କୁ ମହଙ୍ଗା ପଡିଛି ।

ଆଇଓସିଏଲ୍‌ରେ ଶ୍ରମିକ ଭାବେ କାର୍ଯ୍ୟରତ ବିବେକ କୁମାର କୁମାର ସିଂ ନିଜର ତିନିଜଣ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିଲେ । ହେଲେ ସମୁଦ୍ରରେ ଗାଧୋଉଥିବାବେଳେ ୪ଜଣଙ୍କ ମଧ୍ୟରୁ ତିନିଜଣ ଉଚ୍ଚା ଢେଉ ମଧ୍ୟରେ ଫସିଯାଇଥିଲେ । ପାଖରେ ଥିବା ମତ୍ସ୍ୟଜୀବୀମାନେ ୩ଜଣଙ୍କୁ ଉଦ୍ଧାର କରିଥିଲେ ହେଁ ବିବେକ ସିଂ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଜଟାଧର ମୁହାଣ ସାମୁଦ୍ରିକ ଥାନା ପୋଲିସ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବିବେକ ସିଂଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ ଦୁଇଜଣ ଯୁବକ ସୁସ୍ଥ ଥିବାବେଳେ ମୃତକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯାଇଛି ।

Comments are closed.