Latest Odisha News

BREAKING NEWS

ବିହାର ରେଜଲ୍ଟ; ତେଜସ୍ୱୀ ଯାଦବଙ୍କ ପାଇଁ ଖଳନାୟକ ସାଜିଲେ ଓବେସି

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ବିଜେପି ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ସମସ୍ତ ୨୪୩ଟି ଆସନରେ ଫଳାଫଳ ଘୋଷଣା କରିଛନ୍ତି ଯେଉଁଥିରେ ବିଜେପି +୧୨୫ ଟି ଆସନ ହାତେଇ ଥିବା ବେଳେ ମହାମେଣ୍ଟ ୧୧୦ ଟି ସିଟ୍ ଏବଂ ଅନ୍ୟମାନେ ୮ ଟି ଆସନରେ ସନ୍ତୁଷ୍ଟ ହୋଇଛନ୍ତି।

ବିହାର ବିଧାନସଭା ନିର୍ବାଚନରେ ​​ଆରଜେଡି ସର୍ବାଧିକ ସଂଖ୍ୟକ ଆସନ ଜିତିଛି । ମହାମେଣ୍ଟ ପକ୍ଷରୁ ଆରଜେଡି ୭୫ଟି, କଂଗ୍ରେସ ୧୯ ଏବଂ ଏହାର ସହଯୋଗୀ ବାମପନ୍ଥୀ ୧୬ ଟି ସିଟ୍ ଜିତିଛନ୍ତି।

ସେହିଭଳି ବିଜେପି ୭୪ ଟି ଆସନ ମିଳିଛି। ଅନ୍ୟପଟେ ଜେଡିୟୁକୁ ୪୩ ଏବଂ ଅନ୍ୟ ସହଯୋଗୀ ଦଳ ବିଆଇପି ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚାକୁ ୪ ଟି ଲେଖାଏଁ ଆସନ ମିଳିଛି। ଏହି ନିର୍ବାଚନରେ ​​ଓବେସୀଙ୍କ ଦଳ AIMIM ପାଞ୍ଚଟି ଆସନର ବିଜୟ ହୋଇଛି। ଏହି ବିଜୟ ତେଜସ୍ୱୀ ଯାଦବ ଏବଂ ମହାମେଣ୍ଟ ପାଇଁ ଏକ ବଡ ଝଟକା ବୋଲି ପ୍ରମାଣିତ ହୋଇଛି।

ସରଳ ଭାବରେ କହିବାକୁ ଗଲେ, ଓବେସୀ ପାଞ୍ଚଟି ସିଟ୍ ଜିତି ୧୧ ଟି ଆସନରେ ତେଜସ୍ୱୀ ଯାଦବଙ୍କୁ କ୍ଷତି ପହଞ୍ଚାଇଛନ୍ତି। ଯଦି ଓବେସୀ ବିହାର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥାନ୍ତେ, ତା’ହେଲେ ତେଜସ୍ୱୀ ତାଙ୍କ ସ୍ୱପ୍ନକୁ ସାକାର କରିବାର ପର୍ଯ୍ୟାୟରେ ପହଞ୍ଚିଥାନ୍ତେ। ନିର୍ବାଚନ ପୂର୍ବରୁ ମଧ୍ୟ ଏହା ସ୍ପଷ୍ଟ ହୋଇଥିଲା ଯେ ମୋଦୀ ବ୍ରାଣ୍ଡେଡ୍ ବିଜେପି କେବଳ ନିଜର ପକ୍କା ଭୋଟ୍ ପାଇବାକୁ ଯାଉଛନ୍ତି, ଲୋକମାନେ ମଧ୍ୟ ନୀତୀଶଙ୍କୁ କିଛି ଭୋଟ୍ ଦେଇଛନ୍ତି, କିନ୍ତୁ ନୀତୀଶଙ୍କ ବିରୋଧରେ ମହାମେଣ୍ଟକୁ ମିଳିବାର ଥିଲା ତାହା ବିଭାଜିତ ହୋଇଯାଇଛି। କାରଣ ଓବେସୀ ମଝିରେ ଆସିଗଲେ ।

ଓବେସୀଙ୍କ ଦଳ ମୁସଲମାନ ଭୋଟ ସହ କିଛି ପରିମାଣରେ ଦଳିତଙ୍କ ଭୋଟ୍ ମଧ୍ୟ ନିଜ ଆଡକୁ ଟାଣି ନେଲେ। ଯାହା ତେଜସ୍ୱୀଙ୍କର ଆବଶ୍ୟକ ଥିଲା । ଯେଉଁଥିପାଇଁ ମହାମେଣ୍ଟରେ ସିଟ୍ ସଂଖ୍ୟା କମ୍ ରହିଥିଲା।

ଜଣାଇଦେବାକୁ ଚାହୁଁ ଯେ, ବିହାରର ସୀମାନ୍ତ ଅଞ୍ଚଳରେ ୨୪ ଟି ସିଟ୍ ଅଛି, ଯେଉଁଥିରୁ ମୁସଲମାନ ଜନସଂଖ୍ୟା ଅଧାରୁ ଅଧିକ ସିଟ୍ ଅଟେ। ଏଠାରୁ ଓବେସୀଙ୍କ ଦଳ ୫ ଟି ସିଟ୍ ଜିତିଛି। ପୂର୍ବରୁ ଏହା ଲାଗୁଥିଲା ଯେ, ସୀମାନ୍ତ ଅଞ୍ଚଳର ଏହି ମୁସଲମାନମାନ ଓବେସୀଙ୍କ ବଦଳରେ ମାହାମେଣ୍ଟକୁ ଭୋଟ୍ ଦେବେ, କିନ୍ତୁ ତାହା ହୋଇନଥିଲା।

ସେହିଭଳି ବାହାଦୁରଗଞ୍ଜ ଆସନରେ କଂଗ୍ରେସକୁ ୧୦ ପ୍ରତିଶତ ଭୋଟ୍ ଏବଂ ଓବେସୀଙ୍କ ଦଳକୁ ୪୭ ପ୍ରତିଶତରୁ ଅଧିକ ଭୋଟ୍ ମିଳିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଓବେସୀ ମହାମେଣ୍ଟ ଭୋଟ୍ ବ୍ୟାଙ୍କରେ ବ୍ରେକ ଲଗାଇ ଏହାର ସଫଳତାରେ ରୋକ ଲଗାଇ ଦେଇଛନ୍ତି ।

Comments are closed.