Latest Odisha News

BREAKING NEWS

ବିହାରରେ ଏନଡିଏ ସରକାର: ୧୨୫ ଆସନ ସହ ବହୁମତ ହାସଲ, ୧୧୦ ସିଟରେ ଅଟକିଲା ମହାମେଣ୍ଟ

ନୂଆଦିଲ୍ଲୀ: ବିହାରରେ ବିଜେପିର ସୁପର ସୋ । କ୍ଷମତା ଲଢ଼େଇରେ ପୁଣି ଏନଡିଏ ହାତରେ ବିହାର ଶାସନ ଡ଼ୋରି ଧରାଇଛନ୍ତି ବିହାର ଭୋଟର । ୧୨୫ ଆସନ ସହ ବହୁମତ ହାସଲ କରିଛି ଏନଡିଏ । ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ଥିଲା ୧୨୨ ।

ଏନଡିଏ ମେଣ୍ଟରେ ବିଜେପି ବଡ଼ ଦଳ ଭାବରେ ଉଭା ହୋଇଛି । ପ୍ରଥମ ଥର ବିଜେପି ଅଧିକ ସିଟ୍ ହାତେଇଛି । ମେଣ୍ଟରେ ବିଜେପି ୭୪ ଆସନରେ ଜିତିଥିବା ବେଳେ ଜେଡିୟୁ ଖାତାରେ ପଡ଼ିଛି ୪୩ ସିଟ୍ । ବିକାଶଶୀଳ ଇନସାନ ପାର୍ଟି ଓ ହାମ୍ ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।

ସେହିପରି ମହାମେଣ୍ଟରେ ଆରଜେଡି ୭୫, କଂଗ୍ରେସ ୧୯ ଓ ବାମଦଳ ୧୬ ଆସନରେ ବିଜୟୀ ହୋଇଛନ୍ତି । ବିହାରରେ ଏଆଇଏମଆଇଏମ୍ ପ୍ରାର୍ଥୀ ୫ଟି ବିଧାନସଭା ଆସନ ହାତେଇଛନ୍ତି ।

ଚିରାଗ ପାସଓ୍ୱାନଙ୍କ ଏଲଜେପି ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହୋଇଛ । ଗୋଟିଏ ଲେଖାଏଁ ଆସନରେ ବାଜି ମାରିଛନ୍ତି ବିଏସପି ଓ ସ୍ୱାଧୀନ ପ୍ରାର୍ଥୀ ।

ଗତ ବିଧାନସଭା ନିର୍ବାଚନ ଅପେକ୍ଷା ବିଜେପିକୁ ଅଧିକ ଆସନ ମିଳିଛି । କମିଛି ଜେଡିୟୁ ସିଟ୍ । ଗତ ନିର୍ବାଚନ ଅପେକ୍ଷା ନୀତିଶ କୁମାରଙ୍କ ଜେଡିୟୁ ୨୮ଟି କମ୍ ଆସନରେ ବିଜୟୀ ହୋଇଛି ।

Leave A Reply

Your email address will not be published.