Latest Odisha News

BREAKING NEWS

ସୋମବାର ୫୦ ହଜାର ୫୭୫ଜଣ ନେଇଥିଲେ ପ୍ରିକସନ ଡ଼ୋଜ୍

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ଜଣ ପ୍ରିକସନ ଡ଼ୋଜ୍ ନେଇଥିଲେ । ଏହା ମଧ୍ୟରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ଏହା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ଅଛନ୍ତି ୬ହଜାର ୮୮୩ଜଣ । ୬୦ବର୍ଷରୁ ଅଧିକ ଅଛନ୍ତି ୨୦ ହଜାର ୨୮୦ଜଣ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହାସହ ୧୫ରୁ ୧୮ବର୍ଷ ପିଲାଙ୍କ ଟିକାକରଣ ଚାଲୁରହିଛି । ଗତକାଲି ୧ ଲକ୍ଷ ୨ହଜାର ୯୩୩ଜଣ ୧୫ରୁ ୧୮ ବର୍ଷ ବର୍ଗର ପିଲାମାନେ ଟିକା ନେଇଥିଲେ । ତାସହ ଅନ୍ୟ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକାକରଣ କରାଯାଉଛି । ଆଜି ସୁଦ୍ଧା ରାଜ୍ୟରେ ୫ କୋଟି ୨୮ ଲକ୍ଷ ୮୦ ହଜାର ଟିକା ଦିଆସରିଲାଣି । ଯେଉଁଥିରେ ପ୍ରଥମ ଡ଼ୋଜ୍ ରହିଛି ୯୨ ପ୍ରତିଶତ ଓ ଦ୍ୱିତୀୟ ଡ଼ୋଜ୍ ରହିଛନ୍ତି ୬୮ ପ୍ରତିଶତ ।

Comments are closed.