Latest Odisha News

BREAKING NEWS

ଦୁବାଇ ଏଜୁକେସନ କନଫରେନ୍ସ- ୨୦୨୦’ରେ ଯୋଗଦେଲେ ଓଏଭିଏସ ଉପଦେଷ୍ଟା ଡ଼ଃ ବିଜୟ ସାହୁ

ଯେତେବେଳେ ସାରା ଦେଶର ଶିକ୍ଷାବିତମାନେ କୌଣସି ବୈଠକରେ ଏକାଠି ହୁଅନ୍ତି, ସେତେବେଳେ ଶିକ୍ଷାର ମାନ ତଥା ଗୁଣବତ୍ତା ଉପରେ ଭାବର ଆଦାନ ପ୍ରଦାନ ହୋଇଥାଏ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ)ର ପରାମର୍ଶଦାତା ଡ. ବିଜୟ କୁମାର ସାହୁ ଦୁବାଇରେ ଆୟୋଜିତ ‘ଦୁବାଇ ଏଜୁକେସନ କନଫରେନ୍ସ – ୨୦୨୦’ଯୋଗ ଦେଇ ଶିକ୍ଷା ସମ୍ବନ୍ଧରେ ନିଜର ଅଭିଭାଷଣ ରଖିଛନ୍ତି ।

ଫେବୃଆରୀ ୨୫ ତାରିଖରେ ସଂଯୁକ୍ତ ଆରବ ଅମିରତରେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ୟୁଏଇର ଦୁବାଇ ଓ୍ବାର୍ଲ୍ଡ ସେଣ୍ଟରସ୍ଥିତ ଶେଖ ସାହବ ହଲରେ ଏହା ଆୟୋଜିତ ହୋଇଥିଲା ।

ଏହି ଅବସରରେ ଡ. ସାହୁ ‘କ୍ରିଏଟିଂ ଆଣ୍ଡ ଇନଟିଗ୍ରେଟିଂ ଦ କରିକୁଲମ୍ ଟୁ ମିଟ୍ ୟୁଏନ୍ ସଷ୍ଟେନବଲ୍ ଡେଭଲପମେଣ୍ଟ ଗୋଲ୍ସ’ ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି । ପରେ ସେ ନିଜର ଅଭିଭାଷଣରେ ଏକ ପ୍ରଭାବଶାଳୀ ବିଚାର ଏବଂ ଉଚ୍ଚାଭିମୁଖୀ ବକ୍ତବ୍ୟ ଦେଇ ସମାପ୍ତ କରିଥିଲେ ।

ପ୍ରଖ୍ୟାତ୍ ପାନେଲିଷ୍ଟ ମାନେ ବିଭିନ୍ନ ପାଠ୍ୟକ୍ରମ ଉପରେ ଆଲୋଚନା କରିବା ସହ ଏକ ସ୍ଥାୟୀ ବୈଷୟିକ ବିକାଶରେ ଯୋଗଦାନ କରିବା ଉଚିତ୍ ବୋଲି କହିଥିଲେ । ଏହାବ୍ୟତୀତ ପ୍ରି-ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ସ୍ଥାୟୀ ବିକାଶ ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଏହାବ୍ୟତିତ ଡଃ ସାହୁ ଓଏଭିଏସର ପରିକଳ୍ପନା ଓ ଶିକ୍ଷାକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ ଏବଂ ୩୧୪ ବ୍ଲକରେ ସ୍ଥାପିତ ହୋଇଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି । ଯାହା ଆଗାମୀ ୫ବର୍ଷ ମଧ୍ୟରେ ଓଡିଶାର ଶିକ୍ଷା ବ୍ୟବସ୍ଥାରେ ଏକ ବେଞ୍ଚ ମାର୍କ ସଦୃଶ୍ୟ ରହିବ ।

ଡ. ସାହୁ ଏକ ସ୍ଥାୟୀ ଭବିଷ୍ୟତର ବିକାଶ ଲାଗି ଉପଯୁକ୍ତ ଲାଳନ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । କିଭଳି ଜଣେ ଶିକ୍ଷକ ଓ ମାତା-ପିତା ସେମାନଙ୍କ ପିଲାମାନଙ୍କର ହାତ ଧରି ଦାୟିତ୍ୱବାନ ଏବଂ ବିଶ୍ୱରେ ଜଣେ ନାଗରିକ ଭାବେ ଗଢି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି ସେ ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.