ଭୁବନେଶ୍ୱର: ଆଗାମୀ ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଜେପୁର ଉପ ନିର୍ବାଚନ ଲାଗି ଶନିବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି ।
ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ ।
ଅଧିକ ପଢନ୍ତୁ: ବିଜେପୁର ଉପନିର୍ବାଚନ ପ୍ରଚାର; ବହୁ ଆଗରେ ବିଜେଡି
ସୂଚନଯୋଗ୍ୟ, ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର ଜାରି ରଖିଛନ୍ତି । କିଛି ଦଳ ବିଜେପୁରରେ ଡେରା ପକାଇଥିବାବେଳେ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିଜ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏକ ରୋଡ୍ ଶୋ’ ମଧ୍ୟ କରିଥିଲେ ।
ବିଜେପୁର ନିର୍ବାଚନ ଲାଗି ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ପ୍ରଚାର ଲାଗି ହେଭିୱେଟ୍ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ ।
Comments are closed.