Latest Odisha News

BREAKING NEWS

ପାଟକୁରାରେ ନିର୍ବାଚନ ହେବା ନେଇ ଇସିଆଇଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ବିଜୟ

ଭୁବନେଶ୍ୱର : ମେ’ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୋଷଣା ପରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିଷ୍ପତ୍ତିକୁ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ବୁଧବାର ଦିନ ସ୍ୱାଗତ କରିଛନ୍ତି ।

ଶାସକ ବିଜେଡି ବିଧାୟକ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ ଏହି ଆସନରେ ନିର୍ବାଚନ ହେବା ନେଇ ଅନିଶ୍ଚିତତା ଦେଖାଦେଇଥିଲା, ଏଠାରେ ଚତୃର୍ଥ ତଥା ଚୂଡାନ୍ତ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ୍ ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା । ତେବେ ଏଠାରେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନ ହେବା ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ମାତ୍ର ବୁଧବାର ଦିନ ଇସିଆଇଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ବିଜୟ ମହାପାତ୍ର କହିଛନ୍ତି ଯେ ବିଜେଡି ଚଳିତ ନିର୍ବାଚନରେ ଜଣେ ରୋଗଗ୍ରସ୍ତ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଟିକେଟ୍ ଦେଇ ଏକପ୍ରକାର ଷଡଯନ୍ତ୍ର ରଚିଥିଲା । କିନ୍ତୁ ଶ୍ରୀଯୁକ୍ତ ଅଗ୍ରୱାଲଙ୍କ ମୃତ୍ୟୁପରେ ପାଟକୁରାରେ ଏଥର ଅନୁକମ୍ପା କାର୍ଯ୍ୟ କାମ ଦେଇପାରିବ ନାହିଁ ।

ଆହୁରି ମଧ୍ୟ ଇସିଆଇଙ୍କ ଅଧିସୂଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ବେଦ ପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ୍ ପାଟକୁରାରୁ ଚଳିତ ନିର୍ବାଚନ ଲଢିବା ନେଇ ଇଚ୍ଛା ବ୍ୟକ୍ତ କରିଛନ୍ତି । ଯଦି ବିଜେଡି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରେ ତାହେଲେ ସେ ନିର୍ବାଚନ ଲଢିବା ଲାଗି ଜୋରଦାର ପ୍ରୟାସ କରିବା ସହ ତାଙ୍କ ବାପାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଚେଷ୍ଟା କରିବେ । ଯେଉଁ ପାଟକୁରା ପାଇଁ ବାପା ସ୍ୱପ୍ନ ଦେଖିଥିଲେ ।

ପାଟକୁରାରେ ବିଜୟ ମହାପାତ୍ର ତାଙ୍କୁ କଡା ପ୍ରତିଦ୍ୱନ୍ଦିତା କରିବା ନେଇ ପ୍ରଶ୍ନର ଜବାବ ଦେଇ ସଞ୍ଜୟ କହିଛନ୍ତି ଯେ ବିଜୟ ଜଣେ ଅନୁଭବୀ ନେତା, ତେବେ ପାଟକୁରାରେ ତାଙ୍କ ଦଳର ସ୍ଥିତି ସେତେଟା ସୁଦୃଢ ନାହିଁ ।

Comments are closed.