Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର ନେଲେ ଅକ୍ଷୟ କୁମାର, ଟ୍ୱିଟ୍ କଲେ ଟ୍ୱିଙ୍କଲ୍ ଖାନ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ‘ଅଣ ରାଜନୈତିକ’ ସାକ୍ଷାତକାର ନେବା ପରିପ୍ରେକ୍ଷୀରେ ବଲିଉଡ଼ ଷ୍ଟାର୍ ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନା ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସେ ବହୁତ ଖୁସି ଏଇଥିପାଇଁ ଯେ, ପ୍ରଧାନମନ୍ତ୍ରୀ ମୋ ଟ୍ୱିଟ୍ ପଢୁଛନ୍ତି ।

ଏହି ସାକ୍ଷାତକାର ଶେଷ ହେବାର କିଛି ମୁହୂର୍ତ୍ତ ପରେ ବିଜେପି ପକ୍ଷରୁ ଟ୍ୱିଟରରେ ଏନେଇ ପ୍ରକାଶିତ ହୋଇଥିଲା । ଅଭିନେତ୍ରୀରୁ ଲେଖକ ପାଲଟିଥିବା ଟ୍ୱିଙ୍କଲ୍ ଖାନ୍ନା ଏହାପରେ ମୋଦୀଙ୍କ ସମ୍ପର୍କରେ ଟ୍ୱିଟ୍ କରିଥିଲେ ।

ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅକ୍ଷୟ କୁମାର ପ୍ରଶ୍ନ କରିଥିଲେ କି, ପ୍ରକୃତରେ ଆପଣ ନିଜେ କ’ଣ ଆପଣଙ୍କ ଟ୍ୱିଟର୍ ପୃଷ୍ଠା ନିଜେ ପରିଚାଳନା କରିଥାଆନ୍ତି । ଆପଣ ନିଜେ କ’ଣ ଆପଣଙ୍କ ପ୍ରଶସଂକଙ୍କ ଉତ୍ତର ଦେଇଥାଆନ୍ତି? ଏହାର ଉତ୍ତରରେ ମୋଦୀ କହିଥିଲେ ସାରା ବିଶ୍ୱରେ ପ୍ରତି ମୁହୂର୍ତ୍ତରେ କ’ଣ ଘଟୁଛି ତାହା ମୁଁ କେବଳ ସୋସିଆଲ୍ ମିଡ଼ିଆରୁ ହିଁ ଜାଣିବାକୁ ପାଇଥାଏ । “ମୁଁ ଆପଣଙ୍କର ଏବଂ ଟ୍ୱିଙ୍କଲ୍ ଖାନ୍ନାଙ୍କ ଟ୍ୱିଟର୍ ମଧ୍ୟ ଦେଖିଥାଏ । କେବେ କେବେ ସେ ମୋତେ ରାଗରେ କ’ଣ ନା କ’ଣ ବି କହିଦିଅନ୍ତି, ଏହି କାରଣରୁ ମୁଁ ଭାବୁଛି ଆପଣଙ୍କ ପରିବାରରେ ବହୁତ ଶାନ୍ତି ରହିଥିବା କାରଣ ଘରୋଇ ରାଗକୁ ମୋ ଉପରେ ଟ୍ୱିଙ୍କଲ୍ ସୁଝାଇ ଦିଅନ୍ତି । ଭାବୁଛି ଆପଣ ଆରାମରେ ଥିବେ । ଏହିଭଳି ଭାବେ ମୁଁ ଆପଣମାନଙ୍କ କାର୍ଯ୍ୟରେ ଆସିଥାଏ, ” ବୋଲି ମଜା କରି କହିଥିଲେ ମୋଦୀ ।


ପ୍ରଧାନମନ୍ତ୍ରୀ ମଧ୍ୟ କହିଥିଲେ ଯେ, ଅନେକ ବର୍ଷ ପୂର୍ବରୁ ସେ ଟ୍ୱିଙ୍କଲଙ୍କ ଜେଜେବାପା ଚୁନ୍ନିଭାଇ କାପାଡ଼ିଆଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ ।

କେବଳ ଯେ ଜଣେ ସ୍ତମ୍ଭକାର ଭାବେ ନୁହେଁ ବରଂ ସୋସିଆଲ ମିଡ଼ିଆରେ ବରାବର ‘ମିଷ୍ଟ୍ରେସ୍ ଫନି ବୋନ୍ସ’ ଲେଖି ଜଣେ ଲେଖକର ମର୍ଯ୍ୟାଦା ପାଇ ପାରିଛନ୍ତି ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ୍ ଖାନ୍ନା ।

ତେବେ ୨୦୧୭ରେ ମୋଦୀ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ ଟ୍ୱିଙ୍କଲ୍ ।

ଏପରିକି ମହିଳାମାନଙ୍କ ଲାଗି ବିକ୍ରି ହେଉଥିବା ସାନିଟାରୀ ନାପକିନ୍ ଉପରେ ଅଧିକ ଟିକସକୁ ନେଇ ସେତେବେଳେ ଅଭିନେତ୍ରୀ ଟ୍ୱିଙ୍କଲ୍ ସମାଲୋଚନା କରିବାକୁ ପଛାଇନଥିଲେ ।

Leave A Reply

Your email address will not be published.