Latest Odisha News

BREAKING NEWS

ଚଳିତ ବର୍ଷ ହିଁ ରିଲିଜ୍ ହେବ ‘ପୁଷ୍ପା ୨’

ମୁମ୍ବାଇ: ଏବେ ସାଉଥ ଫିଲ୍ମ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଚାଲିଛି । ୨୦୨୧ ମସିହାରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବେଶ୍ ଲୋକପ୍ରିୟ ହୋଇପାରିଥିଲା । ଫିଲ୍ମର କାହାଣୀ, ଅଲୁ ଅର୍ଜୁନଙ୍କ ଶୈଳୀ ଏବଂ ଏହାର ଗୀତଗୁଡ଼ିକ ଦର୍ଶକଙ୍କ ହୃଦୟକୁ ଛୁଇଁବା ସହ ଭଲ ବ୍ୟବସାୟ ବି କରିଥିଲା । ଏହି ଫିଲ୍ମର ସଫତଳା ପରେ ଏବେ ‘ପୁଷ୍ପା ୨\’ ଆସୁଛି । ସୁକୁମାରଙ୍କ ନିର୍ଦ୍ଦେଶିତ ଓ ଅଲ୍ଲୁ ଅର୍ଜୁନଙ୍କ ଅଭିନିତ ଏହି ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ସିନେପ୍ରେମୀ । ଦୀର୍ଘ ଦିନ ହେଲା ଏହି ଫିଲ୍ମର ରିଲିଜ୍‌କୁ ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା । ଏବେ ଫିଲ୍ମର ରିଲିଜ୍ ତାରିଖ ସାମ୍ନାକୁ ଆସିଛି ।

ଏହି ଫିଲ୍ମ ୨୦୨୪ ମସିହାରେ ନୁହେଁ, ଚଳିତ ବର୍ଷ ଡ଼ିସେମ୍ବରରେ ହିଁ ରିଲିଜ୍ ହେବ । ଏହି ଖବର ପାଇବାପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ଫିଲ୍ମରେ ଫହାଦ୍ ଫସିଲ ଏବଂ ରଶ୍ମିକା ମନ୍ଦନା ପ୍ରମୁଖ ଭୂମିକାରେ ନଜର ଆସିବେ ।

Leave A Reply

Your email address will not be published.