Latest Odisha News

ଇଣ୍ଡୋନେସିଆରେ ସ୍ଥାପିତ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର: ଖୁବଶୀଘ୍ର ଇଣ୍ଡୋନେସିଆରେ ସ୍ଥାପିତ କରାଯିବ ବିଜୁ ପଟ୍ଟନାୟକ ଗ୍ୟାଲେରୀ ।

ଏନେଇ ସୂଚନା ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦାୟନ । ଯିଏକି ନିକଟ ଅତୀତରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିଲେ । ଦୀର୍ଘ ୨୦ ବର୍ଷଧରି ଗାନ୍ଧୀଜୀଙ୍କ ବାର୍ତ୍ତାକୁ ଇଣ୍ଡୋନେସିଆରେ ପ୍ରଚାର କରୁଥିବାରୁ ଅଗୁସଙ୍କ ଏହି ଆୱାର୍ଡ ଦିଆଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ଅଗୁସ ଓଡିଶା ଆସିଥିବା ବେଳେ ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି ପରିସରରେ ଥିବା ବିଜୁ ଗ୍ୟାଲେରୀ ପରିଦର୍ଶନ କରିବା ପରେ ଏହିପରି ଏକ ଗ୍ୟାଲେରୀ କରିବା ନେଇ ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି ।

ଆହୁରି ମଧ୍ୟ ବିଜୁଙ୍କ ସାହସିକତା ଓ ଜୀବନୀକୁ ନେଇ ଏକ କ୍ଷୁଦ୍ର ପୁସ୍ତକ କରାଯିବ, ଯାହା ଯୁବପିଢିଙ୍କୁ ଏକ ନୂତନ ବାର୍ତ୍ତା ଦେବ ।

ଏହାବ୍ୟତିତ ଯେଉଁଠାରେ ଗାନ୍ଧୀଜୀଙ୍କର ଆଶ୍ରମ ରହିଛି, ସେହିଠାରେ ହିଁ ବିଜୁଙ୍କ ଗ୍ୟାଲେରି ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.