Latest Odisha News

BREAKING NEWS

ଚିନି ଖାଇବାକୁ ମନା ହୋଇଥିଲେ ଆପଣାନ୍ତୁ ଏହିସବୁ ପ୍ରାକୃତିକ ବିକଳ୍ପ

ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ଅତିବାହିତ କରିବା ପାଇଁ ଆଜିର ଯୁବପିଢି ଅନେକ ଖାଦ୍ୟପେୟ ଠାରୁ ଦୂରେଇ ରହୁଛନ୍ତି । ତାହା ମଧ୍ୟରୁ ଚିନି ଅନ୍ୟତମ । ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଏହାଠାରୁ ବାଧ୍ୟ ହୋଇ ଦୁରେଇ ରହିବାକୁ ପଡୁଛି । ତେବେ ଆମେ ଆଜି ଆପଣଙ୍କୁ ଚିନିର ଏପରି କିଛି ପ୍ରାକୃତିକ ବିକଳ୍ପ ସମ୍ପର୍କରେ କହିବୁ ଯାହା ଆପଣଙ୍କ ମିଠା ଖାଇବାର ଇଚ୍ଛାକୁ ବଜାଇ ରଖିବ।

ନଡ଼ିଆ ରସ:
ଏହା ଜୁସ୍‌ ପାଇଁ ବହୁତ ବଢ଼ିଆ କାମ ଦେଇଥାଏ। ଏହା ପ୍ରାକୃତିକ। ଆପଣ ପେଷ୍ଟ କରି ଏହାକୁ କିମ୍ବା କୋରା ରୂପେ ଖାଦ୍ୟ ସାମଗ୍ରୀରେ ପକାଇପାରିବେ। ଏଥିରେ ପୋଟାସିୟମ୍‌ ଭରପୂର ରହିଛି ଏବଂ ଏହା ହାଡ଼କୁ ଶକ୍ତ ରଖିଥାଏ।

 

 

ମହୁ:
ଏହି ବିକଳ୍ପ ବହୁତ ଲାଭଦାୟକ ହୋଇଥାଏ। କାରଣ, ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଥାଏ। ଆପଣ ଏହାକୁ ପ୍ରାକୃତିକ ଉପାୟରେ ପ୍ରାପ୍ତ କରିପାରିବେ। ନହେଲେ ବଜାରରୁ ମଧ୍ୟ କିଣିଆଣି ପାରିବେ। ଏହାକୁ ଚା’, କଫି କିମ୍ବା ଫ୍ରୁଟ୍‌ସ ସାଲାଡରେ ପକାଇ ପାରିବେ।

 

 

କିସ୍‌ମିସ:
ଚିନି ଜାଗାରେ ଏହାକୁ ବ୍ୟବହାର କରିପାରିବେ। ଫୁଡ୍‌ ପ୍ରୋସେସରରେ କିଛି କିସ୍‌ମିସ ମିଶାନ୍ତୁ ଏବଂ ଏହାକୁ କେକ୍‌ କିମ୍ବା ଅନ୍ୟ କୌଣସି ସାମଗ୍ରୀରେ ଉପଯୋଗ କରନ୍ତୁ।

 

 

ମେପଲ୍‌ ସିରପ:
ଏହା ସ୍ୱାସ୍ଥ୍ୟକର। ମହୁକୁ ଆମେ ଯେପରି ପ୍ରାକୃତିକ ଉପାୟରେ ମହୁମାଛିଠାରୁ ପାଇଥାଉ, ସେହିପରି ମେପଲ୍‌ ହେଉଛି ଏକ ଉଦ୍ଭିଦର ରସ। ଏହି ସିରପରେ ଅଧିକ ଆଣ୍ଟିଅକ୍ସିଡେଣ୍ଟ ଥାଏ।

 

 

ଡାଲଚିନି:
ଗୋଟିଏ ଚୁଟକି ଡାଲଚିନିକୁ ଚା’ କିମ୍ବା କଫିରେ ପକାନ୍ତୁ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।

 

 

ଚେରି:
କେକ୍‌ରେ ଚେରି ପକାନ୍ତୁ। ଆପଣଙ୍କୁ ଆଉ ଚିନିର ଆବଶ୍ୟକତା ପଡିବ ନାହିଁ।

Leave A Reply

Your email address will not be published.