Latest Odisha News

BREAKING NEWS

ଆପଣ ଖାଉଥିବା ଧଳା ଓ ମାଟିଆ ଅଣ୍ଡା ମଧ୍ୟରେ ଫରକ ଜାଣନ୍ତୁ

ଭୁବନେଶ୍ୱର: ଅଣ୍ଡା ଖାଇବାକୁ ଯେତିକି ସୁଆଦିଆ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ନୟମିତ ଅଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ମଜବୁତ କରିଥାଏ। ଯେମିତି ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ।ଅଣ୍ଡାରେ ଥିବା କ୍ୟାଲସିଅମ ଶରୀରର ଅସ୍ଥି ଓ ଗଣ୍ଠି ପାଇଁ ବେଶ୍ ଲାଭଦାୟକ ହୋଇଥାଏ।

ତେବେ ଆପଣ ବଜାରରୁ ଅଣ୍ଡା କିଣିବାବେଳେ ଲକ୍ଷ୍ୟ କରିଥିବେ, ଧଳା ଓ ମାଟିଆ ରଙ୍ଗର ଅଣ୍ଡା ବିକ୍ରି ହେବାର । ତେବେ କଣ ଆପଣ ଜାଣନ୍ତି କଣ ଏହି ଧଳା ଓ ମାଟିଆ ଅଣ୍ଡା ଭିତରେ ଫରକ? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ସମ୍ପର୍କରେ….

ଧଳା ଅଣ୍ଡାକୁ ଆମେ ଫାର୍ମ ଅଣ୍ଡା ବା ବ୍ରଏଲର ଅଣ୍ଡା ବୋଲି କହିଥାଉ। କିନ୍ତୁ ମାଟିଆ ଅଣ୍ଡା ସାଧାରଣତଃ ଦେଶୀ ଅଣ୍ଡା ହୋଇଥାଏ । ଆଜିକାଲି ମାଟିଆ ରଙ୍ଗର ଫାର୍ମ ଅଣ୍ଡା ମଧ୍ୟ ବଜାରରେ ଉପଲବ୍ଧ ହେଲାଣି ।

ଅଧିକାଂଶ ଲୋକେ ବଜାରରେ ମିଳୁଥିବା ଧଳା ଅଣ୍ଡା ଖାଆନ୍ତି। କିଛି ଲୋକେ ଦେଶୀ ବା ମାଟିଆ ଅଣ୍ଡା ଖାଇବା ପସନ୍ଦ କରନ୍ତି। ତେବେ ଏହି ଦୁଇ ପ୍ରକାରର ଅଣ୍ଡା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହି ୨ଟି ଅଣ୍ଡାରୁ ମିଳୁଥିବା ପୌଷ୍ଟିକ ତତ୍ତ୍ବ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ।

ହେଲେ ଦେଶୀ ଅଣ୍ଡାରେ କୌଣସି କେମିକାଲ ଅଂଶ ରହି ନଥାଏ। ସେଥିପାଇଁ ଦେଶୀ ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଅପରପକ୍ଷରେ ଧଳା ବା ଫାର୍ମ ଅଣ୍ଡା ନିୟମିତ ଭାବେ ଖାଇଲେ ମଧ୍ୟ କୌଣସି ପ୍ରକାରର କ୍ଷତି ହୁଏ ନାହିଁ।

ଦେଶୀ ଅଣ୍ଡା ଶରୀର ପାଇଁ ଲାଭଦାୟକ ଅଟେ। ମାତ୍ର ଲମ୍ବା ସମୟ ଧରି ଅଧିକ ଧଳା ଅଣ୍ଡା ଖାଇଲେ ହର୍ମନ ଅସନ୍ତୁଳନ ଭଳି ସମସ୍ୟା ଉପୁଜିଥାଏ।

Leave A Reply

Your email address will not be published.