Latest Odisha News

ସ୍ୱର୍ଗଦ୍ୱାର ପରିସରରୁ ଉଚ୍ଛେଦ ହେଲା ବିଜୁ ସମାଧିସ୍ଥଳ

ପୁରୀ: ପୁରୀ ନଗରପାଳିକା ବୁଧବାର ବିଳମ୍ବିତ ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀକୁ ଉଚ୍ଛେଦ କରିଛନ୍ତି ।

ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଓ ଅନ୍ୟ ବରିଷ୍ଠ ଜିଲ୍ଲା ଅଧୀକାରୀଙ୍କ ଉପସ୍ଥିତିରେ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳକୁ ଉଚ୍ଛେଦ କରାଯାଇଛି ।

ସୂଚନାଯୋଗ୍ୟ, ନଭେମ୍ବର ୨ ତାରିଖରେ ରାଜ୍ୟସରକାରଙ୍କ ତତ୍ୱାବଧାନରେ ହୋଇଥିବା ବୈଠକରେ ସ୍ୱର୍ଗଦ୍ୱାର ପରିସରରୁ ବିଜୁ ସମାଧିସ୍ଥଳ ଉଚ୍ଛେଦ କରାଇବାର ନିଷ୍ପତ୍ତି ହୋଇଥିଲା ।

ଏହାସହ ସ୍ୱର୍ଗଦ୍ୱାରର ନବୀକରଣ ନିମନ୍ତେ ରାଜ୍ୟସରକାର ୫ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ ।

ବିଶ୍ୱ ପର୍ଯ୍ୟଟନରେ ପୁରୀକୁ ସ୍ଥାନ ଦେବାକୁ ରାଜ୍ୟସରକାରଙ୍କର ଏହା ଆଉ ଏକ ପ୍ରୟାସ ।

ପୁରୀକୁ ବିଶ୍ଵ ଦରବାରରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ପୁରୀ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଥିପାଇଁ ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ବହୁ ପୁରାତନ ମଠ ମନ୍ଦିର, ବିଭିନ୍ନ ଲୋକଙ୍କ ଘର ଓ ଦୋକାନ ବଜାର ସବୁ ମାଟିରେ ମିଶିଲାଣି।

ଏହାସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରୁ ଆଜି ବି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ସମ୍ମୁଖ ବିଷ୍ଣୁଭବନ ସଂଲଗ୍ନ ଏକ ଘର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ୨ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା କରାଯାଉଛି।

Comments are closed.