Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ-ହତ୍ୟା ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କେନ୍ଦୁଝର ଜିଲ୍ଲା କୋର୍ଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଦୌରାଜର୍ଜ କୋର୍ଟ ଗୁରୁବାର ଦିନ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ସୁନୀଲ ନାୟକଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।

ନୟାଧୀଶ ଲୋକନାଥ ସାହୁ ୨୮ ଜଣ ସାକ୍ଷୀଙ୍କ ଆଧାରରେ ପୋକ୍ସୋ ନିୟମ ଅନୁଯାୟୀ ଏହି ଆଦେଶ ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ଅଭିଯୁକ୍ତ ଜଣଙ୍କ କହିଛନ୍ତି ଯେ, ତାଙ୍କୁ ଏହି ଘଟଣାରେ ଫସାଇ ଦିଆଯାଇଛି । ତେବେ ନ୍ୟାୟ ପାଇଁ ଉପର କୋର୍ଟକୁ ଯିବେ ବୋଲି ଅଭିଯୁକ୍ତ କହିଛନ୍ତି।

ସୂଚନାଯୋଗ୍ୟ, ଚମ୍ପୁଆ ଅଞ୍ଚଳରେ ୨୦୧୭ ମସିହା ଜାନୁଆରୀ ୧୩ ତାରିଖ ଦିନ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଅଭିଯୁକ୍ତ ସୁନୀଲ ୩ ବର୍ଷର କୁନି ଝିଅକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଦୁଷ୍କର୍ମ କାରଣରୁ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.