Latest Odisha News

BREAKING NEWS

ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଘରୋଇ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଭେଇକିଲ୍ ସ୍କ୍ରାପିଂ ପଲିସିକୁ ବିରୋଧ କରି ସଂଘ ଏ ନିଷ୍ପତ୍ତି ନେଇଥିବା କହିଛନ୍ତି ସମ୍ପାଦକ ଦେବେନ୍ଦ୍ର ସାହୁ ।

ଯାହାକୁ ସମର୍ଥନ କରିଛି କଟକ ଘରୋଇ ବସ୍ ମାଲିକ ସଂଘ । ପୂର୍ବରୁ ସଂଘ ପକ୍ଷରୁ ୨୦୨୨ ଡିସେମ୍ବରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇ ୮ ଦଫ ଦାବିପତ୍ର ଦିଆଯାଇଥିଲା । ଜାନୁଆରୀ ୭ ତାରିଖରେ ପରିବହନ ବିଭାଗ ସଚିବ ସଂଘର ୭ ଜଣିଆ ପ୍ରତିନିଧି ମଣ୍ଡଳଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ନିସ୍କର୍ସ ବାହାରି ନଥିଲା ।

ଘରୋଇ ବସ୍ ମାଲିକ ସଂଘ ୮ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗତ ଡିସେମ୍ବର ୧୬ରୁ କହି ଆସୁଛନ୍ତି । ସେମାନଙ୍କ ଦାବି ମଧ୍ୟରେ ସ୍କ୍ରାପିଂ ନୀତିକୁ ପ୍ରତ୍ୟାହାର କରି ନେବା ରହିଛି । ଗତବର୍ଷ ନଭେମ୍ବର ମାସରେ ରାଜ୍ୟ କ୍ୟାବିନେଟ ଭେଇକିଲ୍ ସ୍କ୍ରାପିଂ ନୀତି ୨୦୨୨କୁ ମଞ୍ଜୁରୀ ଦେଇଥିଲା ।

ସ୍କ୍ରାପିଂ ନୀତି-୨୦୨୨ ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଗୁଡ଼ିକ ସ୍କ୍ରାପିଂ ସେଣ୍ଟରରେ ନଷ୍ଟ କରି ଦିଆଯିବ । ପୁରୁଣା ଭେଇକିଲ୍ ସ୍କ୍ରାପିଂ ପରେ ନୂଆ ଗାଡ଼ି ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.