Latest Odisha News

BREAKING NEWS

ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ ତାଲିକା

ଭୁବନେଶ୍ବର: ଓଡ଼ିଶାର ସରକାରୀ କାର୍ଯ୍ୟାଳୟ ଏବଂ କଲେଜଗୁଡ଼ିକରେ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସଠିକ୍ ସମୟରେ ଉପସ୍ଥିତି ନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍ ଉପସ୍ଥାନ (Biometric Attendance) ଏବେ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଆଙ୍ଗୁଠିର ଛାପ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଉପସ୍ଥାନ ରେକର୍ଡ କରାଯିବ। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ଏହାକୁ କଡ଼ାକଡ଼ି କରାଯାଇଛି।

ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଡିଜିଟାଲ୍ ଭାବେ ରେକର୍ଡ ଓ ଯାଞ୍ଚ କରିବା ପାଇଁ HIMS ମାଧ୍ୟମରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହେବ। ‘ଜ୍ଞାନୋଦୟ–ଶିକ୍ଷା ରୁ ସମୃଦ୍ଧି’ ଯୋଜନାର ହିତାଧିକାରୀ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% କ୍ଲାସ୍ ଉପସ୍ଥାନ ଆବଶ୍ୟକ ଥିବାରୁ ଏହି ବ୍ୟବସ୍ଥା କରାଯାଉଛି।

ଅଗଷ୍ଟ ୨୫ରୁ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ବ୍ୟବସ୍ଥା ପାଇଲଟ୍ ଭିତ୍ତିରେ ଲାଗୁ ହେବ। ଏଥିରେ ଛାତ୍ର ନାମ ପଞ୍ଜୀକରଣ, ବାୟୋମେଟ୍ରିକ୍ ତଥ୍ୟ ରେକର୍ଡ, ଉପସ୍ଥାନ ରେକର୍ଡ ଏବଂ HIMS ସହ ତଥ୍ୟ ସମନ୍ୱୟ କରାଯିବ। ପରେ ରାଜ୍ୟବ୍ୟାପୀ କଲେଜରେ ଏହି ବ୍ୟବସ୍ଥା ଲାଗୁ ହେବ।

କେଉଁ କେଉଁ ଅନୁଷ୍ଠାନରେ ଲାଗୁ ହେବ:

  • MPC Autonomous College, ମୟୂରଭଞ୍ଜ
  • Vikram Dev University, ଜୟପୁର
  • Utkal University, ବାଣୀବିହାର
  • Model Degree College, ବୌଦ୍ଧ
  • Government Degree College, ତେନ୍ତୁଳିଖୁଣ୍ଟି
  • Udayanath Autonomous College, ଆଡ଼ଶପୁର
  • B.J.B. Autonomous College, ଭୁବନେଶ୍ୱର
  • Kantabanji Vocational Degree College, ବଲାଙ୍ଗିର
  • Bhadrak Autonomous College, ଭଦ୍ରକ
  • Prananath Autonomous College, ଖୋର୍ଦ୍ଧା

HIMS ମୋବାଇଲ୍ ଆପ୍ରେ ଉପସ୍ଥାନ ଦେବା ପାଇଁ କଲେଜର Geo Tagging ହୋଇଥିବା ଆବଶ୍ୟକ। କର୍ମଚାରୀଙ୍କ ମୋବାଇଲ୍ GPS ଲୋକେସନ୍ କଲେଜର ନିର୍ଦ୍ଧାରିତ ସୀମା ଭିତରେ ଥିଲେ ହିଁ ଉପସ୍ଥାନ ରେକର୍ଡ ହେବ। ଏଥିସହ ଲାଇଭ୍ ଫଟୋ ନେବା ମଧ୍ୟ ବାଧ୍ୟତାମୂଳକ ରହିବ। ଶିକ୍ଷକ ପ୍ରଥମେ ନିଜର Self-Attendance ରେକର୍ଡ କରିବେ। ଏହାପରେ HIMS ଆପରେ Academics → Attendance ବିକଳ୍ପକୁ ଯାଇ ସମ୍ପୃକ୍ତ କ୍ଲାସ୍ ଚୟନ କରି ଛାତ୍ରଙ୍କୁ Present (P) କିମ୍ବା Absent (A) ଭାବେ ଚିହ୍ନଟ କରିବେ। କ୍ଲାସ୍ର ଲାଇଭ୍ ଫଟୋ ନେଇ ଉପସ୍ଥାନ Submit କରିବାକୁ ପଡ଼ିବ। ପାଇଲଟ୍ ପ୍ରକଳ୍ପର ଅନୁଭୂତି ଓ ମତାମତକୁ ଆଧାର କରି ବ୍ୟବସ୍ଥାର ମୂଲ୍ୟାଙ୍କନ, ସୁଧାର ଓ ସ୍ଥିରୀକରଣ କରାଯିବ। ଏହାପରେ ଅନ୍ୟ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନରେ ରାଜ୍ୟବ୍ୟାପୀ ଭାବେ ଲାଗୁ କରିବା ପ୍ରସ୍ତାବ ରହିଛି।

Leave A Reply

Your email address will not be published.