Latest Odisha News

BREAKING NEWS

ଉଚ୍ଚଶିକ୍ଷା ବିଭାଗ କର୍ମଚାରୀ ଦେବେ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କ ଅନିୟମିତ ଉପସ୍ଥାପନା ଉପରେ ନଜର ରଖିବା ଲାଗି ଓଡିଶା ସରକାରଙ୍କ ପକ୍ଷରୁ ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ବ୍ୟବସ୍ଥା କରାଯିବ।

ଗତ ସୋମବାର ଠାରୁ ଲାଗୁ ହୋଇଥିବା ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ରେକର୍ଡିଂ ସିଷ୍ଟମ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ କେତେ ଦିନ ଓ କେତେ ସମୟ ଉପସ୍ଥିତ ରହୁଛନ୍ତି, ସେନେଇ ସଠିକ୍ ସୂଚନା ମିଳିପାରିବ ।

ଏହି ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ବ୍ୟବସ୍ଥାରେ କର୍ମଚାରୀମାନେ କାର୍ଯ୍ୟାଳୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ପଞ୍ଚିଂ ଜରିଆରେ ନିୟମିତ ଉପସ୍ଥାନ ପକାଇବେ ।

ଆହୁରି ମଧ୍ୟ ଏହି ବ୍ୟବସ୍ଥା ଫଳରେ କର୍ମଚାରୀମାନେ ସକାଳ ୧୦ଟାରେ କାର୍ଯ୍ୟାଳୟରେ ଉପସ୍ଥିତ ହେବା ନେଇ ଆଶା କରାଯାଉଥିବା ବେଳେ ବିଭିନ୍ନ ପରିସ୍ଥିତିକୁ ନଜରରେ ରଖି ଅଧଘଣ୍ଟା ଅବଧି ଯାଏଁ ରିହାତି ରଖାଯାଇଛି ।

ଯଦି ଏହି ବାୟୋମେଟ୍ରିକ୍ ଆଟେଣ୍ଡାନ୍ସ ମେସିନରେ ରେଜିଷ୍ଟ୍ରି ନହୁଏ, ତା’ହେଲେ ଉକ୍ତ କର୍ମଚାରୀ ଅନୁପସ୍ଥିତ ବୋଲି ବିବେଚନା କରାଯିବ ।

ଏହି ଆଣ୍ଟେଣ୍ଡାନ୍ସ ଫଳରେ ଏବେ କର୍ମଚାରୀମାନେ ଦିନ ସାଢେ ୧୦ ମଧ୍ୟରେ ଅଫିସରେ ପ୍ରବେଶ କରିବା ସହ ପ୍ରାୟ ୭ଘ. ୩୦ମି. ଯାଏଁ ଅଫିସରେ ରହିବେ ।

ଏଥିରେ କୌଣସି ପ୍ରକାର ଖିଲାପ ହେଲେ କିମ୍ବା ଦିନ ୧୧ଟା ପରେ ଆଟେଣ୍ଡାନ୍ସ ପଡିଲେ ସେହ ଦିନ ଉକ୍ତ କର୍ମଚାରୀଙ୍କ ଛୁଟି ବୋଲି ବିବେଚନା କରାଯିବ ।

Leave A Reply

Your email address will not be published.