Latest Odisha News

BREAKING NEWS

ନିୟମିତ ପିଅନ୍ତୁ ପଇଡ଼ ପାଣି, ଦୂରେଇ ରହିବ ଏହିସବୁ ରୋଗ !

ଭୁବନେଶ୍ୱର: ପଇଡ଼ ପାଣି ପାଟିକୁ ଯେତିକି ମିଠା, ଦେହ ପାଇଁ ମଧ୍ୟ ସେତିକି ଉପକାରୀ । ଏଥିରେ ଭାରି ରହିଥାଏ ବିଭିନ୍ନ ପ୍ରକାର ଔଷଧିୟ ଗୁଣ ରହିଥାଏ ।

ପଇଡ଼ ପାଣିର ନିୟମିତ ପିଇଲେ ଶରୀରରେ ଥିବା ଅନେକ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଅନ୍ୟ ପାନୀୟ ତୁଳନାରେ ପଇଡ଼ ପାଣିରେ ଏଥିରେ କ୍ୟାଲୋରୀର ମାତ୍ର କମ୍ ଥିବା ହେତୁ ଏହା ଶରୀରର ମେଦ ବୃଦ୍ଧି ମଧ୍ୟ କରେ ନାହିଁ ।

ଏହାସହ ପଇଡ଼ ପାଣି ଶରୀରର ଜଳୀୟ ଅଂଶ ଧରି ରଖିବା ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ପଇଡ ପାଣିର କିଛି ଔଷଧୀୟ ଗୁଣ ବିଷୟରେ…

ଔଷଧୀୟ ଗୁଣ:

ପଇଡ ପାଣିରେ ପ୍ରଚୁର ମାତ୍ରାରେ ଫାଇବର୍ ରହିଛି । ଯାହା ପାଚନ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ବିଶେଷ କରି ପଇଡ ପାଣି ବଦ୍ ହଜମୀ ସମସ୍ୟାକୁ ଦୂର କରେ । କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର କରିଥାଏ ।

ଓଜନ ହଟାଇବା​‌ରେ ଏହା ଏକ ସହଜ ଉପାୟ । ପଇଡ ପାଣି ଓଜନ କମ କରିବା ସହ ପାଚନ ପ୍ରକ୍ରିୟା ସକ୍ରିୟ କରିଥାଏ ।

ଶରୀରରେ ମ୍ୟାଗ୍ନେସିୟମ ସ୍ତର କମ୍ ହେଲେ ମାଇଗ୍ରେନ ରୋଗ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ପଇଡ ପାଣି ପିଇଲେ ମାଇଗ୍ରେନ୍ ରୋଗ ନ ହେବା ସହ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

ପଇଡ ପାଣି ପିଇବା ଦ୍ୱାରା ମଧୁମେହ ରୋଗ ନିୟନ୍ତ୍ରଣରେ ରହିଥାଏ ।

ପଇଡ ପାଣିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ଵଚା ଇଜ୍ଜ୍ଵଳ ଓ ଶରୀରର ବିଭିନ୍ନ କ୍ଷତ ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରେ କୌଣସି କ୍ଷତ ଚିହ୍ନ ଦୂର କରିବା ପାଇଁ ଖାଦ୍ୟରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ପଇଡ ପାଣି ଏଥିପାଇଁ ବହୁତ ଭଲ ।
ପଇଡ ପାଣି ଉଚ୍ଚରକ୍ତ ଚାପଜନିତ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।

ପଇଡ ପାଣି ବ୍ୟବହାର କରିବା ଦ୍ୱାରା ଥକାପଣ ଦୂର ହେବା ସହ ବୟସର ପ୍ରଭାବ ଚେହେରାରେ ପଡିନଥାଏ ।

ସକାଳେ ପଇଡ ପାଣି ପିଇବା ଦ୍ୱାରା ଦିନ ସାରା କାମ କରିବାକୁ ଶକ୍ତି ମିଳେ ।

ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି, ପଇଡ ପାଣିରେ ଥିବା ଏକପ୍ରକାର ହରମୋନ୍ ଶରୀରର ଉତ୍ତମ କୋଷଗୁଡିକ ସକ୍ରିୟ କରେ । ଏହା ଦ୍ୱାରା କ୍ୟାନସର ସୃଷ୍ଟି କରୁଥିବା କୋଷଗୁଡିକୁ ନିଷ୍କ୍ରିୟ କରିଦିଏ ।

Leave A Reply

Your email address will not be published.