ଭୁବନେଶ୍ୱର: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୨ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା ‘ବିପର୍ଯ୍ୟୟ’ଏବେ ଗୋଆ ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୮୯୦ କିଲୋମିଟର ଦୂରରେ ରହିଥିବା ବେଳେ ମୁମ୍ବାଇ ଠାରୁ ଦକ୍ଷିଣ-ପଶ୍ଚିମରେ ୧୦୦୦ କିଲୋମିଟର ଦୂରରେ ରହିଛି ।
Severe Cyclonic storm Biparjoy over eastcentral and adjoining southeast Arabian Sea at 0530 IST of 07th June, near lat 12.6N and lon 66.1E, about 890km WSW of Goa. Likely to move nearly northwards and intensify into VSCS during next 24 hrs. pic.twitter.com/HFZl7ErcSe
— India Meteorological Department (@Indiametdept) June 7, 2023
ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ଆହୁରି ଅଧିକ ଘନୀଭୂତ ହୋଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ଏହା ପରେ ବାତ୍ୟା ‘ବିପର୍ଯ୍ୟୟ’ପରବର୍ତ୍ତୀ ୩ ଦିନ ଯାଏ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଉପକୂଳ ଅଞ୍ଚଳରେ ପବନ ହେବ ।
ଆରବ ସାଗର ଅଶାନ୍ତ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୧୨ ତାରିଖ ଯାଏ କେନ୍ଦ୍ରୀୟ ଓ ଉତ୍ତର ଆରବ ସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବା ଲାଗି ମନା କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।
ମୌସୁମୀ ପାଇଁ ପାଗ ଅନୁକୂଳ !!
କେରଳ ଉପକୂଳରେ ମେଘ ସମୂହର ଘଂନତ୍ୱ ବୃଦ୍ଧି, ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ଏହା ସୂଚାଉଛି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ !! pic.twitter.com/PNjNhh8Ii4
— Meteorological Centre, Bhubaneswar (@mcbbsr) June 7, 2023
ପାଣିପାଗ ବିଭାଗର ସୂଚନା ଅନୁସାରେ, କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଇଛି । ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁ ମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପ୍ତି ସୂଚାଉଛି ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।
Comments are closed.