Latest Odisha News

BREAKING NEWS

ଆସନ୍ତାକାଲିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ।

ରାଜନଗରର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଏବଂ ବନ୍ୟପ୍ରାଣୀ ଡିଭିଜନର ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତତ୍ୱରେ ୨ଟି ଟିମ୍ ସହ ୫ ଜଣ ଫରେଷ୍ଟ କର୍ମଚାରୀ ପକ୍ଷୀ ଗଣନା କରିବେ । ଏହି ଗଣନା ସେପ୍ଟେମ୍ବର ୨୬ ତାରିଖ ଯାଏଁ ଚାଲିବ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଖପରାଖାଇ, ଅଞ୍ଜନା, ରାଣୀବଗ, ପାଣିକୂଆ, ଗେଣ୍ଡାଳିଆ ଏବଂ ଖଇରା ଭଳି ଅନେକ ପକ୍ଷୀ ମୌସୁମୀ ବାୟୁର ଆଗମନ ପରେ ପ୍ରଜନନ ଲାଗି ଭିତରକନିକାକୁ ଆସିଥାନ୍ତି ।

Leave A Reply

Your email address will not be published.