Latest Odisha News

BREAKING NEWS

ଉତ୍କଳ ଗୌରବଙ୍କ ଜନ୍ମ ଜୟନ୍ତୀ ପାଳିତ

ସତ୍ୟଭାମାପୁର : ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜନ୍ମମାଟି ସତ୍ୟଭାମା ପୁରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ “ଆମେ ଓଡ଼ିଆ”ର ସମ୍ପାଦକ ତଥା ଜହୁରୀ ଭାଇ ଭାବରେ ପରିଚିତ ନୃସିଂହ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶ୍ରୀ ସାହୁ ନିଜସ୍ୱ ସମ୍ପାଦିତ ୮ ଖଣ୍ଡ “ଆମେ ଓଡ଼ିଆ” ପୁସ୍ତକ ମଧୁସ୍ମୁତି ପାଠାଗାରକୁ ଉପହାର ଦେଇଥିଲେ।

 

ଯଦୁନାଥ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସକାଳ ସମାରୋହରେ ବହୁ ଲେଖକ , ବୁଦ୍ଧିଜୀବୀ ତଥା ସ୍ଥାନୀୟ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ମଧୁବାବୁଙ୍କ ଜୀବନୀ କାଳ କାଳ ପାଇଁ ଓଡ଼ିଆ ଜାତିକୁ ପ୍ରେରିତ କରିବା ସହ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ମାର୍ଗ ଦର୍ଶକ ହେବ ବୋଲି ଅତିଥିମାନେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବାପାଇଁ ନାରାୟଣ ପଟ୍ଟନାୟକ,  ଦେବ ତ୍ରିପାଠୀ , ନିରଞ୍ଜନ ସାହୁ , ରାଧାକାନ୍ତ ଦାସ ଓ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

 

Leave A Reply

Your email address will not be published.