Latest Odisha News

BREAKING NEWS

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଚିତ୍ରଶିଳ୍ପୀ ଦୀନନାଥ ପାଠୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଦିବଙ୍ଗତ ଚିତ୍ରଶିଳ୍ପୀ ତଥା କଳା ଐତିହାସିକ ଦୀନନାଥ ପାଠୀଙ୍କ ଜୟନ୍ତୀ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି ।

ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀସୁଦର୍ଶନ ପଟ୍ଟନାୟକ,ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ-ନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ଉପ-ନିର୍ଦ୍ଦେଶକ ଦେବାନନ୍ଦ ବରିହା, ଓଡ଼ିଶା ଭାଷା ପ୍ରତିଷ୍ଠାନର ଉପ-ନିର୍ଦ୍ଦେଶକ ଫଣିନ୍ଦ୍ର ଭୂଷଣ ନନ୍ଦ,ଏକାଡେମୀ ସଚିବ ପଞ୍ଚାନନ ସାମଲ ଏବଂ ଅନ୍ୟ ଅଧିକାରୀମାନେ ଶିଳ୍ପୀଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ପୂର୍ବକ ସ୍ମୃତି ଚାରଣ କରିଥିଲେ ।

ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ ତଥା ଓଡ଼ିଶାର କଳା ଆନ୍ଦୋଳନର ସୁଦକ୍ଷ ବିନ୍ଧାଣି ଡ. ପାଠୀବିଭୂତି କାନୁନଗୋ ଚାରୁ କଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଥିଲେ । ତାଙ୍କର କଳା ଶିକ୍ଷା ଖଲ୍ଲିକୋଟ ସରକାରୀ କଳା ମହାବିଦ୍ୟାଳୟରେ ହୋଇଥିଲା । ତାଙ୍କର ଅନେକ ଛାତ୍ର ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା କରିବା ସହିତ ଓଡ଼ିଶାର ସମ୍ମାନ ବଜାୟ ରଖିଛନ୍ତି । ସେ ଏକାଡେମୀର ସଭାପତି ପଦରେ ରହି ଓଡ଼ିଶାର କଳା କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଜଳରଙ୍ଗ ଚିତ୍ର ଏବଂ ଆଧୁନିକ ଚିତ୍ର ଶୈଳୀରେ ଚିତ୍ର ଅଙ୍କନ କରି ସେ ଦେଶ ଓ ବିଦେଶରେ ଓଡ଼ିଶାର ସୁନାମ ଆଣିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.