ଭୁବନେଶ୍ୱର : ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଭୁବନେଶ୍ୱର ନିକଟସ୍ଥ ନୂଆଗାଁରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଡ଼ା ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବକ୍ତାମାନେ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ଫକୀର ମୋହନ ସେନାପତିଙ୍କ ଗୁଣାବଳୀ ଏବଂ କାବ୍ୟିକ ପ୍ରତିଭାର ଦିଗ ଉପରେ ଆଲୋଚନା କରି ଓଡ଼ିଆ ଭାଷାର ଦୁର୍ଦ୍ଦିନରେ ଛ’ ମାଣ ଆଠ ଗୁଣ୍ଠ , ଲଛମା , ମାମୁଁ ପ୍ରଭୃତି ଉପନ୍ୟାସ ତଥା ପେଟେଣ୍ଟ ମେଡ଼ିସିନ ପରି ସଂସ୍କାର ମୂଳକ କ୍ଷୁଦ୍ରଗଳ୍ପ ଲେଖି ଓଡ଼ିଆ ଭାଷା ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବାରୁ ଓଡ଼ିଆ ଜାତି ତାଙ୍କ ନିକଟରେ ଚିର ଋଣୀ ହୋଇ ରହିବ ବୋଲି ମତ ରଖିଥିଲେ।
BREAKING NEWS
- Leh Air Force Station: ଲେହ ଏୟାରଫୋର୍ସ ଷ୍ଟେସନକୁ ମିଳିଲା ନୂଆ ରନୱେ, ୨୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେଲା…
- Delivery Boy: ବିଲ ଭିତରୁ ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର;ହତ୍ୟା ଅଭିଯୋଗ ଆଣିଲେ ବାପା
- World Bank President:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ; ନିଯୁକ୍ତି ସୁଯୋଗ ସୃଷ୍ଟିକୁ କଲେ ପ୍ରଶଂସା
- ଗୋପାଳପୁର ବେଳାଭୂମି ମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ଦିଆଯାଉ: ସିଦ୍ଧାନ୍ତ ମହାପାତ୍ର
- Kotia: କୋଟିଆରେ ଆନ୍ଧ୍ରର ସର୍ଭେ ଟିମ୍; ଆକଟ କରିବାରୁ ପୋଲିସ ସହ ବଚସା
- ଦିନିକିଆ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରି ପାରି ନାହାନ୍ତି ଛକା
- Agriculture Minister Review: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ସମୀକ୍ଷା; ଓଡ଼ିଶାର ପ୍ରଦର୍ଶନକୁ ନେଇ ସନ୍ତୋଷ…
- ସଫଳତା ଖୁସିର ଗ୍ୟାରେଣ୍ଟି ଦିଏ ନାହିଁ; କାହିଁକି ଏଭଳି କହିଲେ ସଂଗୀତଜ୍ଞ ବିଶାଲ
- ରଣଜୀ ଟ୍ରଫି: ସ୍ୱସ୍ତିକ, ଗୋବିନ୍ଦଙ୍କ ଅର୍ଦ୍ଧଶତକ
- Witchcraft Suspicion: ଡାହାଣୀ ସନ୍ଦେହରେ ନିଜ ମାଆକୁ ହାଣି ଦେଲା ପୁଅ
Comments are closed.