Latest Odisha News

BREAKING NEWS

ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଉତ୍କଳର ସାରସ୍ୱତ ବରପୁତ୍ର ତଥା ଓଡ଼ିଆ ଭାଷାର ମୁଖ୍ୟ ପୁରୋଧା ବ୍ୟାସକବି ଫକୀରମୋହନଙ୍କ ୧୭୮ତମ ଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ମାନେ ମାଲ୍ୟାର୍ପଣ କରିଥିଲେ। ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରା ଯୋଗଦେଇ ମହାନ ବରପୁତ୍ର ଫକୀର ମୋହନ ସେନାପତିଙ୍କ ଅମ୍ଳାନ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି୧୯୦୩ ମସିହା ଡିସେମ୍ବର ୩୦ ଓ ୩୧ ତାରିଖରେ କଟକର ଇଡିକା ପଡିଆରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ କରାଇଥିଲେ। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ମାତୃଭାଷାର ସୁରକ୍ଷା ହୋଇପାରିଥିଲା।

ତାଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଆ ଭାଷାକୁ ଓ ମାତୃଭୂମିକୁ ସୁରକ୍ଷିତ କରିବା ପାଇଁ ପ୍ରୟାସ ଜାରି ରଖିଲେ ହିଁ ତାଙ୍କର ଜୟନ୍ତୀ ଉତ୍ସବ ପ୍ରତି ପ୍ରକୃତ ସମ୍ମାନ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ , ଦେବାଶିଷ ମହାପାତ୍ର , ଦେଶପ୍ରିୟ ଦାସ, ଅନନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.