Latest Odisha News

BREAKING NEWS

ଜାନୁୟାରୀ ୨୯ରୁ ବଜେଟ ଅଧିବେଶନ, ଫେବୃୟାରୀ ୧ରେ ବଜେଟ ଉପସ୍ଥାପନ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ ତାରିଖରୁ ଆରମ୍ଭ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନ ୧୧ଟା ବେଳେ ମିଳିତ ଅଧିବେଶନକୁ ସମ୍ବୋନ୍ଧିତ କରିବେ । ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ତାରିଖ ଦିନ ୧୧ଟା ବେଳେ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । କରୋନା ମହାମାରୀ ପରେ ଏହା ପ୍ରଥମ ବଜେଟ ହୋଇଥିବାରୁ ଏଥିପ୍ରତି ସମସ୍ତଙ୍କ ନଜର ରହିଛି ।

ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସରକାର ଏଥିରୁ ମୁକୁଳିବା ପାଇଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ୧୯୪୭ ପରେ ପ୍ରଥମ ଥର ପାଇଁ ଏଥର ବଜେଟ ବହି ବା ଦଲିଲ ଛପା ହେବ ନାହିଁ । ସରକାର ଏଥିନେଇ ଉଭୟ ଗୃହରୁ ଅନୁମତି ଆଣିଛନ୍ତି ।

Leave A Reply

Your email address will not be published.